ବିଶାଲ ଦାସଙ୍କ ନାଁରେ ରୁଜୁ ହେଲେ ଏତଲା, ଜାଣନ୍ତୁ କାହିଁକି ?

ସ୍ବର୍ଗତ ନବ ଦାସଙ୍କ ପୁଅ ଏବଂ ଦୀପାଳି ଦାସଙ୍କ ଭାଇ ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି। ସରେଇପାଲି ଥାନା ପୋଲିସ ତାଙ୍କ ନାମରେ ଏହି ମାମଲା ଦାୟର କରିଛି। ବିଶାଲଙ୍କ ସହ ମୋଟ ୧୩ ଜଣଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି। ବିଏନଏସ ଧାରା ୩୩୧ (୪) ଓ ୧୯୧ (୨)ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।
ତେବେ ସରେଇପାଲିର ହୋଟେଲ ରାଧିକା ମ୍ୟାନେଜରଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି।

Vishal Das

ହୋଟେଲ୍‌ ଅନଧିକାର ପ୍ରବେଶ, ଭଙ୍ଗାରୁଜା ନେଇ ଅଭିଯୋଗ କରିଥିଲେ ମ୍ୟାନେଜର। ଛତିଶଗଡ଼ରେ ବିଶାଲ ଦାସଙ୍କୁ ଅଟକ ରଖାଯାଇଥିଲା। ଛତିଶଗଡ଼ ମହାସମୁଦ ଜିଲା ସରେଇପାଲି ଥାନାରେ ସେ ଅଟକ ଥିଲେ। ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଛନ୍ତି। ଆଜି କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ରହିଛି। ଏହା ପୂର୍ବରୁ ବିଶାଲଙ୍କୁ ଅଟକ ରଖାଯାଇଛି। ପୋଲିସ କାର୍ଯ୍ୟାନୁଷ୍ଠାନ ବେଆଇନ ବୋଲି ବିଶାଲ କହିଛନ୍ତି।
ତେବେ ବିଶାଲଙ୍କୁ ଅଟକ ନେଇ ପୂର୍ବତନ ବିଧାୟିକା ତଥା ତାଙ୍କ ଭଉଣୀ ଦୀପାଳି ଦାସ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ମୋ ଭାଇକୁ ଅଟକ ରଖିବା ଦୁଃଖନୀୟ, ଗଣତନ୍ତ୍ରର ହତ୍ୟା। ଲଇକେରା ପୋଲିସ ଅଟକ ରଖି ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରିଛି। ଅଟକ ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଭେଟିବାକୁ ବିଶାଲ ଯାଇଥିଲେ। ଏହାପରେ ରାତି ୧ଟାରୁ ମୋ ଭାଇକୁ ବି ସେମାନେ ଅଟକ ରଖିଛନ୍ତି। ସେମାନେ ନିଜସ୍ବ ମତରେ ଆସିଥିବା କହିବା ପରେ ବି ଅଟକ ରଖିଛନ୍ତି। ଦୀପାଳିଙ୍କ ଅଭିଯୋଗରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+