'ଦେଶରେ ୨୦୨୯ ବେଳକୁ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ୩ ନମ୍ବର ହେବ'
ଭୁବନେଶ୍ବର: ଏବେ ଓଡିଶାର ପର୍ଯ୍ୟଟନସ୍ଥଳୀ ଗୁଡିକ ଆଉ ଲୁକ୍କାଇତ ହୋଇରହିବନି । ସମସ୍ତ ପର୍ଯ୍ୟଟନସ୍ଥଳୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିବେ ପର୍ଯ୍ୟଟକ । କାରଣ ଟୁରିଜିମ୍ ହବ୍ ହେବ ଓଡ଼ିଶା । ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏଭଳି କିଛି ଦୃଢ଼ୋକ୍ତି ବାଢିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।୨୦୨୫ ସରୁ ସରୁ ୧୭ରୁ ୭ ନମ୍ବର ହେବ, ୨୦୨୯ ବେଳକୁ ଓଡ଼ିଶା ୩ରୁ ୧ ନମ୍ବର ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦୃଢ଼ୋକ୍ତି କରିଛନ୍ତି ।

ଓଡ଼ିଶାର ବେଷ୍ଟ କେପ୍ଟ ସିକ୍ରେଟ ଓପନ ହେବ। ଉତ୍କର୍ଷ ଓଡ଼ିଶାରେ ସିଙ୍ଗିଲ ୱିଣ୍ଡୋରେ ଆସିଥିବା ନିବେଶକମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଦେଖିପାରିବେ। କୋରାପୁଟ, କଳାହାଣ୍ଡି ଭଳି ଅଞ୍ଚଳରେ ଭରି ରହିଥିବା ପ୍ରାଚୁର୍ଯ୍ୟକୁ ବିଶ୍ଵ ଦରବାରରେ ଦେଖାଇବା ପାଇଁ ଆମେ ସଫଳ ହେବୁ। ୭ରୁ ୮ ହଜାର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବେ। ଅତିଥି ଦେବ ଭବୋ ସଂସ୍କୃତିରେ ସମସ୍ତଙ୍କୁ ସ୍ବାଗତ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ।












Click it and Unblock the Notifications