ସନ୍ଧ୍ୟା ହେଲେ ମାଡ଼ି ଆସୁଛି କୁହୁଡି, ହେଲେ ଶୀତର ଦେଖା ଦର୍ଶନ ନାହିଁ !

ଦଶହରାବେଳକୁ ଶୀତର ହାଲ୍‌କା ଛୁଆଁ ବାଜିଥାଏ । ଦଶହରା ଯାଇ କାଳୀପୂଜା ଗଲା । ତଥାପି ଶୀତର ଦେଖା ନାହିଁ । ଏଯାଏଁ ଶୀତ ପ୍ରକୋପ ଅନୁଭୂତ ହୋଇନାହିଁ ରାଜ୍ୟରେ । ଚଳିତ ନଭେମ୍ବରରେ ବି ଶୀତର ଖୋଜ ଖବର ମିଳିନପାରେ । ଏ ବର୍ଷ ଗରମ ବିଦାୟ ନେଉନି । ଚଳିତ ନଭେମ୍ବର ମାସରେ ବି ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା । ଶୀତ କୁଆଡ଼େ ହଜିଯିବ, ଦେଖା ମିଳିବନି । ହେଲେ ମଝିରେ ମଝିରେ ମାଡ଼ି ଆସିବ ଅଦିନିଆ ବର୍ଷା । ନଭେମ୍ବର ମାସରେ ଏମିତି ଅସ୍ୱାଭାବିକ ପାଣିପାଗ ଜନଜୀବନକୁ ଅସ୍ତବ୍ୟସ୍ତ କରାଇପାରେ ।

winter

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ନଭେମ୍ବର ମାସକୁ ନେଇ ଯେଉଁ ଆକଳନ କରିଛି, ତାହା ଚିନ୍ତାଜନକ । ଅଧିକ ବର୍ଷା ସହ ସ୍ୱାଭାବିକଠାର ଅଧିକ ଗରମ ସମ୍ଭାବନା ରହିଛି ଅଧିକାଂଶ ଭାଗରେ । ଓଡ଼ିଶାରେ ବି ବର୍ଷା ଯେତିକି ହେବା କଥା, ତା'ଠାରୁ ବେଶି ହୋଇପାରେ । ଉଭୟ ଦିନ ଓ ରାତି ତାପମାତ୍ରା ଅଧିକ ରହିବା ସମ୍ଭାବନା ଅଛି । ରାତି ତାପମାତ୍ରା ସ୍ୱାଭାବିକଠାରୁ ଯଥେଷ୍ଟ ଅଧିକ ରହିପାରେ ।

ଏ ବର୍ଷ ଅକ୍ଟୋବର ମାସରେ ଭୀଷଣ ଗରମ ଅନୁଭୂତ ହୋଇଥିଲା ସାରା ଭାରତରେ । ପାଣିପାଗ ରେକର୍ଡ କହୁଛି, ୧୨୪ ବର୍ଷର ଗରମ ରେକର୍ଡ ଭାଙ୍ଗିଥିଲା ଗତ ଅକ୍ଟୋବରର ତାପମାତ୍ରା । ୧୯୨୪ ପରେ କେବେ ବି ଏମିତି ଗରମ ହୋଇନଥିଲା ଅକ୍ଟୋବରରେ । ଓଡ଼ିଶାରେ ବି ପାରଦ ୩୭ ଟପିଥିଲା । ଏବେ ବିଶେଷଜ୍ଞ କହୁଛନ୍ତି, ନଭେମ୍ବରରେ ବି ଅସ୍ୱାଭାବିକ ଗରମ ରହିପାରେ । ଏ ବର୍ଷ ଲା-ନିନାର ଆଗମନ ନେଇ ଭାରତୀୟ ପାଣିପାଗ ବିଭାଗ ସମେତ ବହୁ ବିଶେଷଜ୍ଞ ଦେଶରେ ଅଧିକ ଶୀତ ହେବା ନେଇ ପୂର୍ବାନୁମାନ କରିଥିଲେ । ମାତ୍ର ଏଯାବତ୍‌ ଲା-ନିନାର ଆସିନାହିଁ । ତେଣୁ ଶୀତ ପ୍ରଭାବ ବଢ଼ିବା ନେଇ ଦ୍ୱନ୍ଦ୍ୱ ଉପୁଜିଲାଣି ।

ନଭେମ୍ବର, ଡିସେମ୍ବର ଓ ଜାନୁଆରୀ ମାସରେ ଓଡ଼ିଶାରେ ଶୀତ କମ୍‌ ରହିବା ନେଇ ପୂର୍ବରୁ ଆକଳନ କରିଥିଲେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ସେ ଆଜି ପୁଣି କହିଛନ୍ତି, ଚଳିତବର୍ଷ ଓଡ଼ିଶା ସମେତ ଆନ୍ଧ୍ର, ପଶ୍ଚିମବଙ୍ଗରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ତେଣୁ ଥଣ୍ଡା କମ୍‌ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+