ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ , ଆଇସିୟୁରେ ଭର୍ତ୍ତି
ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ। ସମ୍ବଲପୁର ରେଢ଼ାଖୋଲ ବେଲଡିହି ନିକଟରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।

୫୫ ନମ୍ବର ଜାତୀୟ ରାଜପଥରରେ ତାଙ୍କ ଗାଡ଼ିକୁ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଛି। ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ସମସ୍ତଙ୍କୁ ପ୍ରଥମେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ସମସ୍ତଙ୍କୁ ସମ୍ବଲପୁର ସ୍ଥାନାନ୍ତର କରାଯାଇଛି। ସମ୍ବଲପୁରର ଏକ ଘରୋଇ ମେଡିକାଲରେ ସମସ୍ତଙ୍କ ଚିକିତ୍ସା ଚାଲିଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ଗତକାଲି ନବୀନ ନିବାସରେ ଦଳୀୟ ବୈଠକରେ ଯୋଗ ଦେଇ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛିଘଟଣାସ୍ଥଳରେ ରେଢ଼ାଖୋଲ ପୁଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ି ଜବତ କରିବା ସହ ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।ଏନେଇ ରେଢାଖୋଲ ଏସଡିପିଓ କହିଛନ୍ତି, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ୟାଙ୍କର ଗାଡ଼ି ତାଙ୍କ କାର୍କୁ ପିଟିଛି। ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓଙ୍କୁ ହସ୍ପିଟାଲ ପଠାଯାଇଛି। ଉଭୟ ଗାଡ଼ିକୁ ଜବତ କରାଯାଇଛି।
ରେଢାକୋଲ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର କହିଛନ୍ତି, ରାତି ସାଢେ ୧୨ଟାରେ ପ୍ରସନ୍ନ ଆଚାର୍ଯ୍ୟ ଆମ୍ବୁଲାନ୍ସରେ ଆସି ପହଞ୍ଚିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସମ୍ବଲପୁର ପଠାଯାଇଛି। ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି।
ପ୍ରସନ୍ନ ଆଚାର୍ଯ୍ୟଙ୍କ ଡ୍ରାଇଭରଙ୍କ କହିବାନୁଯାୟୀ, ଟ୍ୟାଙ୍କର ଗାଡ଼ିଟି ପ୍ରାୟ ୮୦ ସ୍ପିଡରେ ଆସୁଥିଲା। ଏହା ଦେଖି ମୁଁ ଗାଡ଼ି ସାଇଡ କରି ଦେଇଥିଲି।












Click it and Unblock the Notifications