ଅଳ୍ପକେ ବର୍ତ୍ତିଗଲେ ସୁରକ୍ଷାକର୍ମୀ, ସର୍ଚ୍ଚ ଅପରେସନ ବେଳେ ୨୫ କିଲୋଗ୍ରାମ ଆଇଇଡି ଠାବ

ଆଜି ସେନାକୁ ଆକ୍ରମଣ କରିବା ପାଇଁ ଲାଲବାହିନୀଙ୍କ ବଡ଼ ଧରଣର ଉଦ୍ୟମକୁ ଯବାନମାନେ ପଣ୍ଡ କରିଦେଇଛନ୍ତି। ଏହାସହିତ ମାଓବାଦୀଙ୍କ ଗରିଲା ରଣନୀତିରୁ ସୁରକ୍ଷାକର୍ମୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଛତିଶଗଡ଼଼ର ବିଜେପୁର ଜିଲା ଅନ୍ତର୍ଗତ ଉସୁର ଜଙ୍ଗଲ ନିକଟରେ ମାଓବାଦୀମାନେ ପ୍ଲାଷ୍ଟିକ ଡ୍ରମରେ ୨୫କିଲୋଗ୍ରାମ ଆଇଇଡି ଖଞ୍ଜିଥିଲେ।

Maoists

ସେଠାରେ ମାଓବାଦୀମାନଙ୍କ ପକ୍ଷରୁ ଖଞ୍ଜାଯାଇଥିବା ଆଇଇଡିକୁ ଯବାନମାନେ ଉଦ୍ଧାର କରିଥିଲେ । ଏହାପରେ ସେଠାରୁ ଉଦ୍ଧାର ହୋଇଥିବା ସମସ୍ତ ଆଇଇଡିକୁ ଯବାନମାନେ ସୁରକ୍ଷିତ ଭାବେ ନିଷ୍କ୍ରିୟ କରିଥିଲେ। ଫଳରେ ମାଓବାଦୀଙ୍କ ଗରିଲା ରଣନୀତିରୁ ସମସ୍ତ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତିଯାଇଥିଲେ।

ଛତିଶଗଡ଼଼ର ବିଜେପୁର ଜିଲା ଅନ୍ତର୍ଗତ ଉସୁର ଜଙ୍ଗଲ ନିକଟରେ ଏହି ଘଟଣା ଘଟିଛି। ମାଓ ଦମନ ଅପରେସନରେ ଯବାନମାନେ ଯିବାବେଳେ ଛତିଶଗଡ଼଼ର ଉସୁର ଜଙ୍ଗଲ ନିକଟରେ ସେନାକୁ ଆକ୍ରମଣ କରିବା ପାଇଁ ମାଓବାଦୀମାନେ ଆଇଇଡି ଖଞ୍ଜିଥିବା ଜାଣିପାରିଥିଲେ। ଏହାପରେ ଯବାନମାନେ ଟେକ୍ନିକାଲ ଟିମକୁ ଡକାଇ ସେଠାରେ ଚଢ଼ାଉ କରି ଆଇଇଡି ନିଷ୍କ୍ରିୟ କରିଥିଲେ। ଏହାଦ୍ୱାରା ମାଓବାଦୀଙ୍କ ଉଦ୍ୟମ ପଣ୍ଡ ହୋଇଛି ଏବଂ ମାଓ ଦମନରେ ଯବାନମାନଙ୍କୁ ସଫଳତା ମିଳିଛି ବୋଲି ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+