ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ, ଆଗ୍ରହୀ କମ୍ପାନୀକୁ ସବ୍ସିଡି ଯୋଗାଇବେ ସରକାର
ଏଣିକି ମାଣ୍ଡିଆରୁ ତିଆରି ହେବ ମଦ । ୨୦୨୫-୨୬ ଅବକାରୀ ପଲିସିକୁ ନେଇ ଅବକାରୀମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି କିଛି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ବୈଠକରେ ଭଲ ବ୍ରାଣ୍ଡର ବିଦେଶୀ ମଦ କାରଖାନା କିପରି ଓଡିଶାରେ ପ୍ରତିଷ୍ଠା ହେଇ ପାରିବ, ଅପମିଶ୍ରିତ ମଦ କିଭଳି ବନ୍ଦ ହେବ ଆଉ ଏଥିପାଇଁ ପଲିସିରେ କଣ ପରିବର୍ତ୍ତନ କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି ।

ଅବକାରୀ କମିଶନର ନରସିଂହ ଭୋଳଙ୍କ କହିବା ଅନୁସାରେ, ମାଣ୍ଡିଆରୁ ମଦ ତିଆରି ନେଇ ଖୁବ ଶୀଘ୍ର ରାଜ୍ୟ ଶିଳ୍ପ ବିଭାଗ ସହ ଆଲୋଚନା ହେବ। ମାଣ୍ଡିଆ, ଯଅ, ବାଜରା ଭଳି ଖାଦ୍ୟ ଶସ୍ୟରୁ ମଦ ତିଆରି କରିବାକୁ ଆଗ୍ରହୀ ଥିବା କିଛି କମ୍ପାନୀ ସହ ଆଲୋଚନା ହୋଇଛି। ତେବେ ମହୁଲିକୁ ଅଧିକ ବିଶୁଦ୍ଧ କରି ବିଭିନ୍ନ ଫ୍ଲେବର ମିଶାଇ ବିଶ୍ୱ ସ୍ତରୀୟ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବସିଡି ଯୋଗାଇବେ ରାଜ୍ୟ ସରକାର। ଏହା ଦ୍ୱାରା ଅନ୍ୟ ରାଜ୍ୟ ସହ ବିଦେଶକୁ ବି ବଢିବ ଓଡିଶାରେ ତିଆରି ମଦର ରପ୍ତାନୀ।












Click it and Unblock the Notifications