ମୋହନ ସରକାରରେ କେଉଁ ମନ୍ତ୍ରୀଙ୍କୁ ମିଳିବ କି ବିଭାଗ ? ଆଜି ଆସିପାରେ ପୋର୍ଟଫୋଲିଓ

ଓଡ଼ିଶାରେ ଆରମ୍ଭ ହେଲା ବିଜେପି ଶାସନ । ଖୋଲିଛି ଶ୍ରୀମନ୍ଦିର ଚାରି ଦୁଆର । ପ୍ରଥମ କ୍ୟାବିନେଟରେ ନିଆଗଲା ୪ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ପ୍ରଥମ ନିଷ୍ପତ୍ତି ଆଧାରରେ ଶପଥ ନେବାର କିଛି ଘଣ୍ଟା ମଧ୍ୟରେ ହିଁ ଖୋଲିଛି ଶ୍ରୀମନ୍ଦିର ।

ତେବେ ଏବେ ପାଳି, ଶପଥ ନେଇଥିବା ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନର । ସବୁଠି ଚର୍ଚ୍ଚା ଯେ, କାହାକୁ ମିଳିବ କେଉଁ ବିଭାଗ ? ମୋହନ ସରକାରରେ କେଉଁ ମନ୍ତ୍ରୀଙ୍କୁ ମିଳିବ କି ବିଭାଗ, ଗତକାଲି ଶପଥ ପରଠୁ ହିଁ ବଢ଼ି ଚାଲିଛି କଳ୍ପନାଜଳ୍ପନା ।

ଆଜି ଆସିପାରେ ପୋର୍ଟଫୋଲିଓ । ବିଧାନସଭାକୁ ପ୍ରଥମ ଏଣ୍ଟ୍ରିରେ ମନ୍ତ୍ରୀ ହୋଇଥିବା ୭ ବିଧାୟକଙ୍କୁ ଆଜି ବିଭାଗ ବଣ୍ଟନ କରାଯିବ । ସେପଟେ ଚଳିତ ବିଧାନସଭାର ବାଚସ୍ପତି ହେବେ ରଣପୁର ବିଧାୟିକା ସୁରମା ପାଢ଼ୀ ।

ନଜର ପକାଇବା କେଉଁ କେଉଁ ବିଧାୟକ ମନ୍ତ୍ରୀ ଭାବେ ଗତକାଲି ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଶପଥ ନେଲେ ୧୬ ଜଣିଆ ମନ୍ତ୍ରିମଣ୍ଡଳ। ଏଥିରେ ୮ ଜଣଙ୍କୁ କ୍ୟାବିନେଟ ଓ ୫ ଜଣଙ୍କୁ ରାଷ୍ଟ୍ରପାହ୍ୟା ସ୍ବାଧୀନ ପଦ ମିଳିଛି ।

କ୍ୟାବିନେଟ୍ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ, କୁଚିଣ୍ଡା ବିଧାୟକ ରବି ନାଏକ୍, ଉମରକୋଟ MLA ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳର କୃଷ୍ଣଚନ୍ଦ୍ର ପାତ୍ର ଏବଂ ଚିଲିକା ବିଧାୟକ ପୃଥ୍ବୀରାଜ ହରିଚନ୍ଦନ।

ଏଥିସହ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଗୋପାଳପୁରର ବିଭୁତି ଜେନା ଓ ମୋରଡ଼ା ବିଧାୟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବି ମିଳିଛି କ୍ୟାବିନେଟ୍ ବର୍ଥ। ୫ ଜଣ ରାଷ୍ଟ୍ର ପାହ୍ୟା ସ୍ବାଧୀନ ମନ୍ତ୍ରୀ ହେଲେ ଯଶୀପୁର ଏମଏଲ୍ଏ ଗଣେଶ ରାମସିଂ ଖୁଣ୍ଟିଆ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ପୋଲସରା ଏମଏଲ୍ଏ ଗୋକୁଳାନନ୍ଦ ମଲ୍ଲିକ ଓ ପାରାଦୀପ ବିଧାୟକ ସଂପଦ ସ୍ବାଇଁ।ଏମାନଙ୍କ ମଧ୍ୟରୁ ୭ ଜଣ ପ୍ରଥମ ଥର ବିଧାୟକଙ୍କୁ ମିଳିଛି ମନ୍ତ୍ରୀ ପଦ।

କେଭିଙ୍କ ବ୍ୟତୀତ ବାକି ସମସ୍ତ ମନ୍ତ୍ରିମଣ୍ଡଳ ସଦସ୍ୟ ପ୍ରଥମ ଥର ମନ୍ତ୍ରୀପଦ ପାଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୩ଟି ଜିଲ୍ଲାକୁ ପ୍ରତିନିଧିତ୍ବ ମିଳିଛି। ବଲାଙ୍ଗିର, ଗଞ୍ଜାମ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ।

ମନ୍ତ୍ରିମଣ୍ଡଳ ଗଠନ ସରିବା ପରେ କାହାକୁ ମିଳୁଛି କେଉଁ ବିଭାଗ ତା ଉପରେ ଏବେ ସାରା ରାଜ୍ୟର ନଜର ରହିଛି । ସେପଟେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ବିଧାୟିକା ସୁରମା ପାଢ଼ୀ ବିଧାନସଭା ବାଚସ୍ପତି ହେବେ ବୋଲି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+