କେନ୍ଦୁଝରରେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ !
କେନ୍ଦୁଝରରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ। ଚମ୍ପୁଆ ସ୍ଥିତ ଏକ ଆଶ୍ରମ ସ୍କୁଲରେ ଛାତ୍ରୀ ଜଣକ ପଢୁଥିଲେ। ତେବେ ମାସିକ ଡାକ୍ତରୀ ପରୀକ୍ଷା ବେଳେ ଏହି ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ମାସରେ ମକର ସଂକ୍ରାନ୍ତି ଛୁଟିରେ ଝିଅଟି ନିଜ ଘରକୁ ଯାଇଥିଲା। ସେଠାରୁ ସ୍କୁଲକୁ ଫେରିବା ପରେ ଏଏନଏମ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କର ମାସିକ ଋତୁସ୍ରାବ ହୋଇନଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ। ଏହା ପରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଗର୍ଭଧାରଣ ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ୍ ମିଳିଥିଲା।
ଯାହାପରେ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ସ୍କୁଲ ପରିଦର୍ଶନ କରିବା ସହ ଏନେଇ ଥାନାରେ ରିପୋର୍ଟ କରିବାକୁ ପ୍ରଧାନ ଶିକ୍ଷକଙ୍କୁ କହିଥିଲେ।
ଅପରପକ୍ଷରେ ଛାତ୍ରୀ ଜଣକର ତାଙ୍କ ମାମୁଁଙ୍କ ସହିତ ଶାରୀରିକ ସମ୍ପର୍କ ଥିଲା ବୋଲି ସେ ହଷ୍ଟେଲ ମାଟ୍ରନଙ୍କ ସମ୍ମୁଖରେ ସ୍ୱୀକାର କରିଛନ୍ତି।












Click it and Unblock the Notifications