କଟକରେ ନିର୍ମାଣଧୀନ ଡ୍ରେନରେ ପଡ଼ି ଶ୍ରମିକ ମୃତ, ୨ ଜଣେ ଗୁରୁତର
କଟକରେ ଡ୍ରେନ୍ କାମବେଳେ ଅଘଟଣ। ଜଣେ ଶ୍ରମିକ ମୃତ, ଜଣେ ଗୁରୁତର। ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମବେଳେ ଘଟିଛି ଏହି ଅଘଟଣ। ଡ୍ରେନ୍ କାମବେଳେ ପାଖରେ ଥିବା କାନ୍ଥ ଭୁଶୁଡ଼ି ଯିବାରୁ ଚାପି ହୋଇଯାଇଥିଲେ ଏହି ଦୁଇ ଶ୍ରମିକ।

ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେଠାରେ ୫ ଜଣ ଶ୍ରମିକ କାମ କରୁଥିଲେ। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି। ତେବେ ସେଠାରେ କୌଣସି ଠିକାଦାର ବା କୌଣସି ସିଏମସି ଅଧିକାରୀଙ୍କର ଦେଖା ନାହିଁ। ଡ୍ରେନ ନିକଟରେ ଥିବା କାନ୍ଥ ବିପଦଶଂକୁଳ ଅବସ୍ଥାରେ ଥିବାରୁ ସେମାନଙ୍କୁ ବାରମ୍ବାର ସ୍ଥାନୀୟ ଲୋକେ ସତର୍କ କରାଇଥିଲେ। ଏହା ସତ୍ତ୍ୱେ କୌଣସି ସାବଧାନତା ଅବଲମ୍ବନ କରାଯାଇନଥିବା କୁହାଯାଉଛି।












Click it and Unblock the Notifications