ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ମରଣାତ୍ମକ ଆକ୍ରମଣ ମାମଲାରେ ; ୫ ଜଣଙ୍କୁ ବାନ୍ଧିଲା ପୋଲିସ

ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାଯାଇଛି।

avilash panda

ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାରର ଶେ‌ଷ ଦିନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାନକୁଟା ଗାଁରେ ପ୍ରଚାରରୁ ଫେରିଲା ବେଳେ ୨୦ରୁ ଅଧିକ ବିଜେପି କର୍ମୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଥିଲେ। ‌ଏହି ଆକ୍ରମଣରେ ଶହେରୁ ଅଧିକ ବିଜେଡି କର୍ମୀଙ୍କ ସମ୍ପୃକ୍ତି ଥିବା ଅଭି‌ଯୋଗ କରି ସେମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେପି କର୍ମୀମାନେ ଧାମରା-ବାସୁଦେବପୁର ରାସ୍ତା ଅବରୋଧ କରିଥିଲେ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ଗୁରୁବାର ମଧ୍ୟାହ୍ନରେ ଧାମରା ନିକଟ କରଞ୍ଜମାଳ ପଞ୍ଚାୟତ ଧାନକୁଟା ଗାଁରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ଓ ତାଙ୍କ ଟିମ୍‌ ପ୍ରଚାର କରିଥିଲେ। ସନ୍ଧ୍ୟା ପ୍ରାୟ ୫ଟା ବେଳେ ପ୍ରଚାରସାରି ଫେରିବା ବେଳେ ଶଶୀକାଦେଇପୁର ନିକଟରେ କରଞ୍ଜମାଳର ପୂର୍ବତନ ସରପଞ୍ଚ ରମେଶ ନାୟକ ଓ ତାଙ୍କର ସହଯୋଗୀମାନେ ଖଣ୍ଡା, ଭୁଜାଲିରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିସହ ଅଭିଳାଷଙ୍କ ପ୍ରଚାର ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ଗୁରୁତର ଆହତ ଅଭିଳାଷଙ୍କ ସମେତ ୪ ଜଣଙ୍କୁ ଅନ୍ୟ ସହଯୋଗୀମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରଚାରରେ ସାମିଲ ଥିବା କିଛି ବିଜେପି କର୍ମୀଙ୍କୁ ଆକ୍ରମଣକାରୀ ଅପହରଣ କରି ନେଇଥିବା ବିଜେପି ପକ୍ଷରୁ ବାଂଶଡ଼ା ଥାନାରେ ଅଭିଯୋଗ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+