ବିଜେପିରେ ନେତାଙ୍କ ପୁଅ ନେତା ହୁଏନା, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଅନ୍ତି: ନଡ୍ଡା
ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ।
କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ନଡ୍ଡା ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇବା ସହ ଭାଜପା ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡରଯୁକ୍ତ ରାଜନୈତିକ ଦଳ । ଭାରତରେ ୫ ହଜାର ଦଳ, ୫୦ରୁ ଅଧିକ ପାର୍ଟି । ଆପଣମାନେ କଂଗ୍ରେସର ଏପରି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ନଡ୍ଡା ପ୍ରଶ୍ନ କରିଥିଲେ ।
ଏହାପରେ ନଡ୍ଡା ଦଳର ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କହିଥିଲେ, ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରାଜନୈତିକ ଦଳ। କଂଗ୍ରେସର ଏପରି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ପ୍ରଶ୍ନ ନଡ୍ଡା ପ୍ରଶ୍ନ କରିଛନ୍ତି। ଏଥିସହ ଏକମାତ୍ର ବିଜେପିରେ ହିଁ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ ।

ସଦସ୍ୟତା ଗ୍ରହଣ ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ ବୋଲି ସେ କହିଛନ୍ତି । ବିଜେପିରେ ଜଣେ ନେତାଙ୍କ ପୁଅ ନେତା ହୁଅନ୍ତିନି । ଜଣେ ସାଧାରଣ ଲୋକ ନେତା ହୁଅନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ମୁସଲମାନ୍ ଭଉଣୀଙ୍କୁ ତିନି ତଲାକ୍ ସମସ୍ୟାରୁ ମୁକ୍ତି ଦେଇଛନ୍ତି।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଛି। ଏବେ ସେଠାରେ ନିର୍ବାଚନ ହେଉଛି। ଏହା ସହିତ ଭାରତ ପ୍ରଗତି ପଥରେ ଅଗ୍ରସର ହୋଇ ପଞ୍ଚମ ଅର୍ଥନୀତି ହୋଇଛି। ଏବେ ଦେଶ ତୃତୀୟ ଅର୍ଥନୀତି ହେବା ପଥରେ ରହିଛି।
ଏହା ସହିତ ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ନ ନେଇ କହିଛନ୍ତି ଯେ, ସେ ଦୁଇ ଭାଇଭଉଣୀ କେବଳ ଦରଦାମ୍ ବୃଦ୍ଧି ଏବଂ ବେକାରୀ ସମସ୍ୟା କଥା କହୁଛନ୍ତି। ସେମାନଙ୍କ ପାଖରେ କହିବାକୁ ଅନ୍ୟ କିଛି ପ୍ରସଙ୍ଗ ନାହିଁ। ବିଜେପି ଲାଷ୍ଟ୍ ମ୍ୟାନ୍ ଆଟ୍ ଲାଷ୍ଟ୍ ମାଇଲରେ ବିଶ୍ବାସ କରେ।
ପୁଣି ସଦ୍ୟସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଚାଲିଛି। ଆଜି ଆମ ପାର୍ଟିରେ ୧୦ଲକ୍ଷ ୪୦ହଜାର ବୁଥ୍ ଅଛି। ଦେଢ ଲକ୍ଷ ଶକ୍ତି କେନ୍ଦ୍ର, ୧୫ହଜାରରୁ ଅଧିକ ମଣ୍ଡଳ ରହିଛି। ଆଜି ପ୍ରାୟ ୩୫୦ ପାର୍ଲାମେଣ୍ଟ ମେମ୍ୱର ଅଛନ୍ତି। ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ ୨୦୪୭ରେ ସାମିଲ ହେବାକୁ ଆମେ ଆପଣଙ୍କୁ ଆହ୍ୱାନ ଦେଉଛୁ। ଏଥିପାଇଁ ଆପଣ ସମସ୍ତେ ଏକାଠି ହୋଇ ଆମକୁ ସମର୍ଥନ କରନ୍ତୁ ବୋଲି ନଡ୍ଡା କହିଛନ୍ତି।
ସୂଚନା ଥାଉକି, ନଡ୍ଡା ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଉପମୁଖ୍ୟମନ୍ତ୍ରୀ ଭବ୍ୟ ସ୍ବାଗତ ଜଣାଇଥିଲେ।
୨ ସେପ୍ଟେମ୍ବରରୁ ଇତି ମଧ୍ୟରେ ବିଜେପିର ସଦସ୍ୟତା ଅଭିଯାନରେ ୬ କୋଟି ଲୋକ ସାମିଲ ହେଲେଣି। ନଡ୍ଡା ଟିଏମସି ଏବଂ ଆପ୍ ଉପରେ ମଧ୍ୟ ବର୍ଷିଛନ୍ତି। କହିଛନ୍ତି ସେମାନେ ପଶ୍ଚିମବଙ୍ଗରେ ଲଢୁଛନ୍ତି କିନ୍ତୁ ଦିଲ୍ଲୀରେ ଏକାଠି ହୋଇଛନ୍ତି।












Click it and Unblock the Notifications