ଦିଲ୍ଲୀରେ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ: ମେଣ୍ଟ ନେଇ ଆସିପାରେ ସ୍ପଷ୍ଟତା
ଦିଲ୍ଲୀରେ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ନେତା ଓ କେନ୍ଦ୍ରୀୟ ବିଜେପି ଟିମ୍ ମଧ୍ୟରେ ବୈଠକ ଦିଲ୍ଲୀରେ ଚାଲିଛି । ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାରଙ୍କ ଘରେ ବୈଠକ ଜାରି ରହିଛି ।
ଗତକାଲି ବିଜେପି ମିଟିଂରେ ଉପସ୍ଥିତ ଥିବା ସାଂସଦ ଜୁଏଲ ଓରାମଙ୍କ ପ୍ରତିକ୍ରିୟା ରଖି କହିଥିଲେ ଯେ, ବୈଠକରେ ଅନେକ ବିଷୟରେ ଆଲୋଚନା କରାଯାଇଛି । ମେଣ୍ଟ ଆଲୋଚନା ହୋଇଥିଲା, ଏକା ଲଢ଼ିବୁ ବୋଲି ମତ ଦେଇଛୁ । ମେଣ୍ଟ ନେଇ କିଛି ଫାଇନାଲ ହୋଇନି ବୋଲି ଜୁଏଲ ଓରାମ କହିଛନ୍ତି । ଓଡ଼ିଶାରେ ବିଜେପି ଏକୁଟିଆ ଲଢ଼ିବାକୁ ମତ ଦେଇଛୁ, ତେବେ କେନ୍ଦ୍ରୀୟ କୋର କମିଟି ତଥା କେନ୍ଦ୍ରୀୟ ନେତୃତ୍ବ ଯାହା ନିଷ୍ପତ୍ତି ନେବ ବୋଲି ଶ୍ରୀ ଓରାମ କହିଛନ୍ତି। ବିଜେଡି-ବିଜେପି ମେଣ୍ଟ କେବଳ ଚର୍ଚ୍ଚା ହେଉଛି, କିନ୍ତୁ ଏ ସଂକ୍ରାନ୍ତରେ କେନ୍ଦ୍ରୀୟ ନେତୃତ୍ବ କୌଣସି ସୂଚନା ଦେଇନାହାନ୍ତି ।

ଗତକାଲି ନବୀନ ନିବାସରେ ବୈଠକ ହୋଇଥିଲା ବୈଠକରେ ୨୦ ରୁ ଅଧିକ ବିଜେଡି ନେତା ସାମିଲ ହୋଇଥିଲେ ।
ନବୀନ ନିବାସରେ ବୈଠକ ପରେ ଦେବୀ ମିଶ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଓଡ଼ିଶାର ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ସେ ନିଷ୍ପତ୍ତି ନେବେ । ନବୀନଙ୍କ ନେତୃତ୍ବରେ ଓଡ଼ିଶା ସଫଳତା ପାଇ ଚାଲିଛି ବୋଲି ଦେବୀ ମିଶ୍ର କହିଛନ୍ତି ।
ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଯାହା ଆବଶ୍ୟକ ପଡ଼ିବ ସେ ନିଷ୍ପତ୍ତି ନିଆଯିବ । ଓଡ଼ିଶାର ସ୍ବାର୍ଥ ପାଇଁ ବିଜେଡି ଆଗାମୀ ଦିନରେ ପଦକ୍ଷେପ ନେବ ନେବେ ବୋଲି ସେ କହିଛନ୍ତି । ସେହିପରି ଅରୁଣ ସାହୁ କହିଛନ୍ତି ଯେ, ଯାହା ହେବ ଓଡ଼ିଶା ଲୋକଙ୍କ ବିକାଶ ପାଇଁ ନିଆଯିବ ।












Click it and Unblock the Notifications