ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
ଚଳଚଞ୍ଚଳ ବିଜେପି । ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି । ଆଉ ଏହି ସମୟରେ ବିଜେପି ଡାକିଛି ବଡ଼ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଶନିବାର ଦିନ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।
ଖବର ଅନୁଯାୟୀ, ଶନିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ । ଖାସ୍ କରି ଏସ୍ଆଇଆର ପ୍ରସଙ୍ଗରେ ଆଲୋଚନା ହେବ । ରାଜ୍ୟ ବିଜେପି ପଦାଧିକାରୀ ଏବଂ ବିଧାୟକମାନେ ଉପସ୍ଥିତ ରହିବେ । ଏହାପରେ ରାଜ୍ୟସଭା ନିର୍ବାଚନକୁ ନେଇ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବେ ରାଜ୍ୟ ସଭାପତି । ଯେଉଁଥିରେ ଭୋଟିଂ ବାବଦରେ ଟ୍ରେନିଂ ମଧ୍ୟ ଦିଆଯିବ ବୋଲି ସୂଚନା ମିଳିଛି । ସେହିପରି ଅପରାହ୍ନରେ ଦଳର ବିଧାୟକମାନେ ପାରାଦୀପ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।













Click it and Unblock the Notifications