ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା: ସହରାଞ୍ଚଳ କୃତିମ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୨୦୦ କୋଟି ଅଟକଳ
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଛି । ବର୍ଷା ଦିନରେ ବନ୍ୟା ପରିସ୍ଥିତି ମୁକାବିଲା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିର୍ଦ୍ଦେଶ ଦେଇଛନ୍ତି । ଏସଆରସି ଓ ଅନ୍ୟ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ଅଳ୍ପ ବର୍ଷା ଯୋଗୁ ସହର, ବିଶେଷକରି ଭୁବନେଶ୍ବରରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ବ ଦିଆଯାଇଛି । ସହରାଞ୍ଚଳ କୃତିମ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଏହାର ଦାୟୀତ୍ବ ଆଇଆଇଟି ଦିଲ୍ଲୀକୁ ଦିଆଯାଇଛି ।

ଆଇଆଇଟି ଦିଲ୍ଲୀ ବୈଷୟିକ ସହାୟତା ପ୍ରଦାନ କରିବା ସହ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବ। ବର୍ଷା ଦିନରେ ସାପ କାମୁଡା ରୋଗୀ ଦେଖିବାକୁ ମିଳନ୍ତି । ତେଣୁ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ ଭେନମ ରଖିବାକୁ କୁହାଯାଇଛି।
ଓଡ୍ରାଫ ୟୁନିଟ୍ ୨୦ରୁ ୩୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ପାଣିପାଗ ବିଭାଗ ସହ ସମନ୍ବୟ ରଖି ଜିରୋ କାଜୁଆଲିଟି ନୀତି ଗ୍ରହଣ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।
ସୋମବାର ରାଜ୍ୟର ସମସ୍ତ ବ୍ୟାଙ୍କ ଓ କୋର୍ଟ ବନ୍ଦ ବନ୍ଦ ରହିବ । ଏ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ଟୁଇଟ କରିଛି ।
ସୋମବାର ୮ ତାରିଖ ରଥଯାତ୍ରା ହେତୁ ରାଜ୍ୟର ସମସ୍ତ କୋର୍ଟ ଓ ବ୍ୟାଙ୍କ୍ ବନ୍ଦ ରହିବ ବୋଲି ବିଭାଗ କହିଛି । ଚଳିତ ବର୍ଷ ଦୁଇଦିନ ରଥଯାତ୍ରା ପଡୁଛି । ତେବେ ୭ ତାରିଖ ରବିବାର ଛୁଟି ଦିନ ପଡ଼ୁଥିବା ବେଳେ ସୋମବାର ମଧ୍ୟ ସମସ୍ତ ବ୍ୟାଙ୍କ୍ ଓ କୋର୍ଟ ବନ୍ଦ ରହିବ
ଚଳିତ ଥର ଦୁଇ ଦିନ ଧରି ରଥଯାତ୍ରା ହେବାକୁ ଥିବାରୁ ସରକାରୀ ଭାବେ ଦୁଇ ଦିନ ଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଜୁଲାଇ ୭ ଓ ୮ ତାରିଖରେ ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ବିରଳ ରଥଯାତ୍ରା । ଏହାକୁ ସଫଳ କରିବା ପାଇଁ ସମୀକ୍ଷା ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ସଫଳତା ପୂବକ ରୀତିନୀତି କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ବରିଷ୍ଠ ଅଧିକାରୀ, ପୁଲିସ ଡିଜି, ସମସ୍ତ ସେବାୟତ ଉପସ୍ଥିତ ରହିଥିଲେ । ଚଳିତ ଥର ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।












Click it and Unblock the Notifications