ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ବୁଧବାର ନୂଆ ଢାଞ୍ଚାରେ ବସିବ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନ ୫ଟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ।

state cabinet

ତେବେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଥର ବୈଠକ ଭିନ୍ନ ଢଙ୍ଗରେ ବସିବ। କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କର ଗୁରୁତ୍ୱ ବଢ଼ିବ। ଅଫିସରମାନଙ୍କ କ୍ଷମତାକୁ ଗୌଣ କରାଯିବ । ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ିଲେ ଅନ୍ୟ କୌଣସି ସଚିବ ବୈଠକ ଗୃହରେ ଉପସ୍ଥିତ ରହିବେ ନାହିଁ । ଆବଶ୍ୟକ ପଡ଼ିଲେ ହିଁ ସଚିବଙ୍କୁ କ୍ୟାବିନେଟ କକ୍ଷକୁ ଡକାଯିବ । ବିଭାଗର ପ୍ରସ୍ତାବ, ନିଷ୍ପତ୍ତି ଓ ଏହାର ଉଦ୍ଦେଶ୍ୟ ନେଇ ମନ୍ତ୍ରୀ ରଖିବେ ଉପସ୍ଥାପନ। ଆବଶ୍ୟକସ୍ଥଳରେ ପଚାରିଲେ ହିଁ ସଚିବ ରଖିବେ ଉତ୍ତର। ପୂର୍ବ ସରକାର ସମୟରେ ଶାସନ ବ୍ୟବସ୍ଥାରେ ମନ୍ତ୍ରୀଙ୍କ ତୁଳନାରେ ଅଫିସରଙ୍କ ଗୁରୁତ୍ୱ ଅଧିକ ଥିଲା। ମାତ୍ର ରାଜ୍ୟରେ ସରକାର ବଦଳିବା ପରେ ଢାଞ୍ଚା ବଦଳୁଛି । ମୋହନ ସରକାରରେ ଅଫିସରଙ୍କ ତୁଳନାରେ ନିର୍ବାଚିତ ଜନପ୍ରତିନିଧି ଭାବେ ମନ୍ତ୍ରୀ ଓ ବିଧାୟକଙ୍କ ଗୁରୁତ୍ୱ ବଢ଼ିଛି । ଦିନ କେଇଟା ପରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ହେବ । ତେଣୁ କ୍ୟାବିନେଟରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋହନ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+