ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ରତ୍ନଭଣ୍ଡାର ଗଣତିମଣତି ପ୍ରସଙ୍ଗରେ ହେବ ଚର୍ଚ୍ଚା
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ, ଏସପି, ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ବୈଠକରେ ଉପସ୍ଥିତ ରହିବେ ।
ବୈଠକରେ ମହାପ୍ରଭୁଙ୍କର ରତ୍ନ ଅଳଙ୍କାରର ଗଣତି ମଣତି କେବେ ହେବ ସେନେଇ ବିସ୍ତୃତ ଭାବେ ଆଲୋଚନା ହେବ। ସେହିପରି ଶ୍ରୀମନ୍ଦିର ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ନେଇ ଆଲୋଚନା କରାଯିବ ।
ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କାଠ ରାମ୍ପ ନିର୍ମାଣ ହୋଇଥିବା ବେଳେ ଏଥିରେ କଣ ପରିବର୍ତ୍ତନ କରାଯିବ ସେନେଇ ଆଲୋଚନା ହେବ । ଶ୍ରୀମନ୍ଦିର ସୁରକ୍ଷା ନେଇ ମଧ୍ୟ ଆଲୋଚନା ହେବ। ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବ କମିଟିର ବିବରଣୀ, ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଉପରେ ବିସ୍ତୃତ ଭାବେ ଆଲୋଚନା ହେବ । ମହାପ୍ରଭୁଙ୍କ ଜମିଜମା ସମସ୍ୟା ଉପରେ ମଧ୍ୟ ହେବ ଆଲୋଚନା ।

-
ନସ ମଙ୍ଗରାଜ ଓ ସୁଲତା ଦେଓଙ୍କୁ ବଡ ଦାୟିତ୍ୱ ଦେଲା ବିଜେଡ଼ି -
ସମ୍ରାଟ ଚୌଧୁରୀ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ହେଲେ ବିଧାୟକ ଦଳ ନେତା -
ଆଲୋଚନା ବିଫଳ ପରେ ବଢ଼ିଲା ଟେନସନ୍, ଇରାନ ବନ୍ଦରକୁ ସାମୁଦ୍ରିକ ପରିବହନ ବନ୍ଦ କରିବ ଆମେରିକା -
୭୮ ବର୍ଷ ବୟସରେ ପାଦ ଥାପିଲା ଭୁବନେଶ୍ୱର, ସମୟ ସହ ବଦଳିଛି.. -
ରାଜ୍ୟରେ ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬ -
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜିଠୁ ଭିତର ରତ୍ନଭଣ୍ଡାରରେ ହେବ ଗଣତିମଣତି -
ଆଜି ଆଶାତାଇଙ୍କ ଶେଷକୃତ୍ୟ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର









Click it and Unblock the Notifications