ଶ୍ରୀମନ୍ଦିର ପ୍ରଶାସନ ଓ ASI ଡିଜିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ
ଶ୍ରୀମନ୍ଦିର ପ୍ରଶାସନ ଓ ASI ଡିଜିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ। ମନ୍ଦିରର ଐତିହ୍ୟ, ସ୍ଥାପତ୍ୟ ଏବଂ ସାଂସ୍କୃତିକ ସଂରକ୍ଷଣକୁ ନେଇ ବୈଠକ ।
ମନ୍ଦିର ପରିସର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟ ଉପରେ ଆଲୋଚନା। ରତ୍ନଭଣ୍ଡାର ସଂରକ୍ଷଣ ଏବଂ ମରାମତି କାମ ସାରିବା ଉପରେ ଗୁରୁତ୍ବ ।

ଉତ୍ତରଦ୍ବାର ଦେଇ ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ କାର୍ଯ୍ୟର ଶୀଘ୍ର ସମାପ୍ତି । ନାଟମଣ୍ଡପରେ ଏସି ଓ ମନ୍ଦିର ମୁଖମଣ୍ଡଳ ଆଲୋକୀକରଣ ଉପରେ ଆଲୋଚନା । ମୁଖ୍ୟ ମନ୍ଦିରର ବାହ୍ୟ ପଥର ପୃଷ୍ଠରେ ରାସାୟନିକ ସଫେଇ ଉପରେ ଗୁରୁତ୍ବ ।
ସେପଟେ ଅଖ ପାଇଁ ଏଯାଏ ଖଳାରେ ପହଞ୍ଚିନାହିଁ ଧଉରା କାଠ । ଏବେ ଯେଉଁ ଧଉରା କାଠ ପହଞ୍ଚିଛି, ସେଥିରେ ଅଧିକାଂଶ ବଙ୍କା କାଠ ହୋଇଥିବାରୁ ଏହା ଅଖ ନିର୍ମାଣ ଉପଯୋଗୀ ହୋଇପାରୁନାହିଁ । ଭଉଁରିରେ ଚକ ଅଖ ଡେରା ନୀତି ସମ୍ପନ୍ନ ହେବା ପରେ ଏବେ ଚକ ଓ ଅଖ କାମ ଚାଲିବା କଥା । ଯଦିଓ ଚକ କାମ ଚାଲିଛି, କିନ୍ତୁ ଅଖ ନିର୍ମାଣ ଉପଯୋଗୀ ଧଉରା କାଠ ଆସିନଥିବାରୁ ଅଖ ନିର୍ମାଣ ବିଳମ୍ବ ହେଉଛି । ୩ ରଥ ପାଇଁ ୨୧ଟି ଧଉରା କାଠ ଅଖ ପାଇଁ ଆବଶ୍ୟକ । ଅଖ ହେଉଛି ରଥର ମୁଖ୍ୟ । ଏହାକୁ ଯତ୍ନର ସହିତ ପ୍ରସ୍ତୁତ କରିବାକୁ ପଡ଼େ । ଏଥିପାଇଁ ସମୟ ମଧ୍ୟ ଦରକାର । ହେଲେ ରଥଖଳାକୁ ପର୍ଯ୍ୟାପ୍ତ ଓ ଉପଯୁକ୍ତ କାଠ ପହଞ୍ଚିନଥିବାରୁ ସମସ୍ୟା ସୃଷ୍ଟି ହୋଇଛି ।
ରଥକାଠ ଆବଶ୍ୟକତାକୁ ପୂରଣ କରିବାକୁ ଜଗନ୍ନାଥ ବନ ପ୍ରକଳ୍ପ କରାଯାଇଥିଲା , କିନ୍ତୁ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇଛି ପ୍ରକଳ୍ପ । ପାଣିରେ ପଡିଛି ୯ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ । ୨୫ ବର୍ଷରେ ୧୬ ବନ ପ୍ରକଳ୍ପ ଫେଲ ମାରିଛି । ୪୩୧୦. ୪୯ ହେକ୍ଟର ଜମିରେ ଲାଗିଥିଲା ୮୯ ଲକ୍ଷ ଚାରା । ୯ କୋଟି ୨୪ ଲକ୍ଷ ୭ ହଜାର ୫୮୨ ଟଙ୍କା ଖର୍ଚ୍ଚର ପ୍ରକଳ୍ପ ଏବେ ଲକ୍ଷ୍ୟ ହରାଇଛି । ସବୁଠାରୁ ବଡ କଥା ହେଲା ପୂର୍ବରୁ ଲାଗିଥିବା ଚାରା ଗୁଡ଼ିକରୁ ଅନେକ ମରିଯାଇଥିବାବେଳେ ବଞ୍ଚିଥିବା ଅନେକ ଗଛ ରଥକାଠ ଉପଯୋଗୀ ହୋଇ ପାରିନାହିଁ । କିଛି ବର୍ଷ ହେବ ରଥ ନିର୍ମାଣ ପାଇଁ ଦାତାଙ୍କ ଦାନ କାଠ ଉପରେ ନିର୍ଭର କରିବାକୁ ପଡୁଛି । ରଥକାଠ ଚାହିଦା ପୂରଣ ନିମନ୍ତେ ଡେଲାଙ୍ଗ ଗୁମୁକା ଜଙ୍ଗଲ ଓ ରେଙ୍ଗଳି ଠାରେ ବନ ପ୍ରକଳ୍ପ ଅନ୍ତର୍ଗତ ଗଛ ଲଗାଯାଇଥିଲା । ହେଲେ ଏବ ମାତ୍ର ୩୩ ଭାଗ ଗଛ ବଞ୍ଚିଛି ।
ପ୍ରତିବର୍ଷ ରଥ ସମୟରେ କାଠ ଅଭାବକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହାର ସ୍ଥାୟୀ ସମାଧାନ କଣ ! ବନ ପ୍ରକଳ୍ପର ଭବିଷ୍ୟତ କଣ ଏକଥା ଚିନ୍ତା ନକଲେ ଆଗକୁ ରଥକାଠ ସମସ୍ୟା ଉତ୍କଟ ହେବା ଜଳ ଜଳ ଦିଶୁଛି ।












Click it and Unblock the Notifications