ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ଉପସ୍ଥିତ ଅଛନ୍ତି ବହୁ ବରିଷ୍ଠ ନେତା
ରାଜ୍ୟ ବିଜେପିର ବଡ ବୈଠକ । କାର୍ଯ୍ୟାଳୟରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ ବୈଠକରେ ଉପସ୍ଥିତ ଅଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଉପସ୍ଥିତ ଅଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବୈଠକରେ ଉପସ୍ଥିତି ଅଛନ୍ତି।

ବିଜେପି ରାଜ୍ୟ ସଭାପତି ଚୟନ ଏବଂ ନିଗମ ବୋର୍ଡ, କମିଶନ ଭଳି ପଦ ପଦବୀ ପାଇଁ ପାଇଁ ଆଲୋଚନା ହେଉଥିବା ନେଇ ସୂଚନା ମିଳିଛି । ଏପଟେ, ବିଜେପି ରାଜ୍ୟ ସଭାପତି ଚୟନ ନିଷ୍ପତ୍ତିରେ ବିଳମ୍ବ ନେଇ ବିଜୟ ପାଲ ସିଂ ତୋମାର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବିଜେପିର ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ କେ. ଲକ୍ଷ୍ମଣ ଶେଷ ନିଷ୍ପତ୍ତି ନେବେ । ମାର୍ଚ୍ଚ ମାସରେ ହିଁ ହେବ ବିଜେପି ରାଜ୍ୟ ସଭାପତି ଚୟନ ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ସଂଗଠନଙ୍କୁ ଆଗକୁ ନେବା ପାଇଁ ଏକ୍ସରସାଇଜ ଚାଲିଛି । ବିଜେପିର ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ କେ. ଲକ୍ଷ୍ମଣ ରାଜ୍ୟ ବିଜେପିର କିଏ ହେବେ ସଭାପତି ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନେବେ । ପୂର୍ବରୁ ଫେବୃଆରୀ ୨୫ ତାରିଖରେ ବିଜେପି ରାଜ୍ୟ ସଭାପତି ଚୟନ ବିଳମ୍ବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । କହିଥିଲେ ୩୧ ମାର୍ଚ୍ଚ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନାଁ ହେବ ଘୋଷଣା । ରାଜ୍ୟ ବିଜେପି ସଭାପତି କିଏ ହେବେ, ଏ ପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ନିର୍ଦ୍ଦେଶ ଆସିନାହିଁ ।












Click it and Unblock the Notifications