HMPV'କୁ ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ
HMPV Virus: HMPV ଭାଇରସର ମାମଲା ବର୍ତ୍ତମାନ ଭାରତରେ ବୃଦ୍ଧି ପାଇବରେ ଲାଗିଛି । ଯାହାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଲୋକସେଭା ଭବନରେ ଚାଲିଛି ବୈଠକ । ସେହିପରି ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି । ସେହିପରି HMPV କୁ ନେଇ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଭୟଭୀତ ନ ହୋଇ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । HMPV ଓ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ହେଉଛି ଆଲୋଚନା ।
ତେବେ ବର୍ତ୍ତମାନ ଓଡ଼ିଶାରେ କେହି ଆକ୍ରାନ୍ତ ଚିହ୍ନଟ ହୋଇ ନାହାଁନ୍ତି । ସେଥି ପାଇଁ ଭୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

ସୂଚନା ଅନୁସାରେ, ଗତକାଲି ଭାରତରେ HMPV ଭାଇରସର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । କର୍ଣ୍ଣାଟକ, ଗୁଜୁରାଟ, ତାମିଲନାଡୁ ପରେ ମହାରାଷ୍ଟ୍ରରେ ଏଚଏମପି ଭାଇରସର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ନାଗପୁରରେ ୨ ପଜିଟିଭି୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୭ ବର୍ଷର ଶିଶୁ ଓ ଆଉ ଜଣେ ୧୩ ବର୍ଷର ପିଲା ରହିଥିବା ନେଇ ସୂଚନା ରହିଛି । ଉଭୟ ଆକ୍ରାନ୍ତ କାଶରେ ପୀଡିତ ଥିଲେ । ବର୍ତ୍ତମାନ ମହାରାଷ୍ଟ୍ର ସରକାର ଭୟ ନ କରି ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।












Click it and Unblock the Notifications