ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି: ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ୧ ହଜାର,୨୭ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର
ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ । ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା। ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍ ମିଳିବ । ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ଟଙ୍କା ଓ ବ୍ୟାଗ୍ । ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ । ଯୋଜନାରେ ରାଜ୍ୟ ସରକାରଙ୍କ ୯୫୯.୫ କୋଟି ଖର୍ଚ୍ଚ ହେବ ।

ଗ୍ରାମୀଣ ଓ ସହରାଞ୍ଚଳ ବେକାର ଯୁବକଯୁବତୀଙ୍କୁ ମିଳିବ ଋଣ । ବ୍ୟବସାୟ ଆରମ୍ଭ ବା ସଂପ୍ରସାରଣ ପାଇଁ ସୁଧମୁକ୍ତ ୧ ଲକ୍ଷର ଋଣ ମିଳିବ। ଋଣ ପାଇଁ ସାଧାରଣ ବର୍ଗ ବୟସ ସୀମା ୧୮ରୁ ୩୫ ବର୍ଷ ହୋଇଥିବ । ଏସ୍ସି/ଏସ୍ଟି ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମା ୪୦ ବର୍ଷ । ଋଣ ପରିଶୋଧ ସମୟ ୪ ବର୍ଷ ରହିବ । ପ୍ରକ୍ରିୟା ଫି' ପଡ଼ିବ ନାହିଁ । ଏଥିପାଇଁ ରାଜ୍ୟ ସରକାର ୪୪୮ କୋଟି ଖର୍ଚ୍ଚ କରିବେ । ସହରରେ ମଧ୍ୟ ଯୁବକ ଯୁବତୀଙ୍କ ପାଇଁ ଯୁବ ଉଦ୍ୟୋଗୀ ସ୍ୱୟଂ ସହରୀ ଯୋଜନା ପ୍ରଣୟନ ହେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।
ରାଜଧାନୀରେ ବିଭିନ୍ନ ଅନୁଷ୍ଠାନକୁ ମାଗଣା ଜମି ନିମନ୍ତେ କ୍ୟାବିନେଟ ନିଷ୍ପତ୍ତି ହୋଇଛି । ୟୁନିଟ-୪ ମଧୁସୂଦନ ନଗର ମସଜିଦ ପାଇଁ ୨.୭୦ କୋଟିର ଜମି ପ୍ରିମିୟମ ଛାଡ଼
। ଭୌମ ନଗର କ୍ୟାପିଟାଲ ମସଜିଦ କମିଟିକୁ ୩.୭୦ କୋଟିର ପ୍ରିମିୟମ ଛାଡ଼ । ମେହେର ସମାଜର ଗଙ୍ଗାଧର ମେହେର ଭବନ ପାଇଁ ୫.୦୬ କୋଟିର ପ୍ରିମିୟମ ଛାଡ଼ ।
ଅଘରିଆ ସଂପ୍ରଦାୟ ଭବନ ପାଇଁ ୫.୦୬ କୋଟିର ପ୍ରିମିୟମ ଛାଡ଼ । ଗୋଣ୍ଡ୍ ଭବନ ପାଇଁ ଚନ୍ଦ୍ରଶେଖରପୁରରେ ୫.୦୬ କୋଟିର ପ୍ରିମିୟମ ଛାଡ଼ ।












Click it and Unblock the Notifications