ଭାର୍ଗବୀ ନଦୀରେ ହାଇଲେବୁଲ ବ୍ରିଜ କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ୱ
ଏନେଇ ସୋମବାର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଭୁବନେଶ୍ବର: ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ମାଳିସାହିଠାରେ ଅସମାପ୍ତ ହାଇଲେବୁଲ ବ୍ରିଜର ନିର୍ମାଣ କାମ ଯଥାଶୀଘ୍ର ଶେଷ କରିବା ପାଇଁ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି । ତେବେ ଏନେଇ ସୋମବାର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମଗିରି ବ୍ଲକର ନରସିଂହପାଟଣା, ଜଗନ୍ନାଥ ପାଟଣା, ବଳଭଦ୍ର ପାଟଣା ଆଦି ଗାଁର ପ୍ରାୟ 2500 ହେକ୍ଟର ଚାଷ ଜମିକୁ ନିରନ୍ତର ଜଳସେଚନ ଉଦେଶ୍ୟରେ ସୁନାମୁଖୀ ନଦୀ ଉପରେ ଏକ କଣ୍ଟ୍ରୋଲ ଷ୍ଟ୍ରକଚର ନିର୍ମାଣ ପାଇଁ ଆଜି ବିଦ୍ଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି ।
ଦୀର୍ଘ ଦିନ ଧରି ସୁନାମୁଖୀ ନଦୀ ଉପରେ ଏକ କଣ୍ଟ୍ରୋଲ ଷ୍ଟ୍ରକଚର ନିର୍ମାଣ କରିବା ନେଇ ସାଧାରଣରେ ଦାବି ପ୍ରକାଶ ହୋଇଥିଲା । ସମୁଦ୍ର ଓ ଚିଲିକାର ଲୁଣି ପାଣି ମାଡି ଯିବା ଫଳରେ ଚାଷ ଜମି କ୍ଷତିଗ୍ରସ୍ତ ହେଉଥିଲା । ତେଣୁ ଆଜି ଏହି ଦୁଇଟି ଗୁରୁ୍ତ୍ବପୂର୍ଣ୍ଣ ନିଷ୍ପତି ନିର୍ବାଚନ ମଣ୍ଡଳୀର ବିକାଶ ପ୍ରକ୍ରିୟାକୁ ଅଧିକ ତ୍ବାରାନିତ କରିବ ।












Click it and Unblock the Notifications