ସୁଦୃଢ ଶିକ୍ଷାନୀତିର ପ୍ରଣୟନ ଆଣିବ ଉଚ୍ଚଶିକ୍ଷା କ୍ଷେତ୍ରରେ ବିପ୍ଳବ : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, ୧୩/୦୮ : ଆଜି ଲୋକସେବା ଭବନରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ, ଉଚ୍ଚଶିକ୍ଷା ବିଭାଗର ଆନୁକୂଲ୍ୟରେ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ନାତକ ସ୍ତରରେ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ କରିବା ନିମନ୍ତେ ଏକ ଆଲୋଚନଚକ୍ର ଆୟୋଜିତ ହୋଇଯାଇଛି। ଆଲୋଚନା ଚକ୍ରରେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ।

Suryabanshi Suraj

ଆଜିର ଆଲୋଚନା ଚକ୍ରରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଯୁଗ୍ମ ସଚିବ ଡ଼ଃ. ଏନ୍‌. ଗୋପୁକୁମାର, ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଚିତ୍ତ ରଞ୍ଜନ ପାତ୍ର, ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା ଏବଂ ପ୍ରଫେସର ସୁସ୍ମିତ ପାଣି ସ୍ୱାଗତ ଭାଷଣ ରଖିଥିଲେ ।

ସଭାରେ ଉପସ୍ଥିତ ଥିବା ସମସ୍ତ ଅତିଥିବୃନ୍ଦଙ୍କୁ ସ୍ୱାଗତ ଜଣାଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ନିଜର ଅଭିଭାଷଣରେ କହିଥିଲେ, ଜାତୀୟ ଶିକ୍ଷାନୀତି -୨୦୨୦ର ପ୍ରଣୟନ ଉଚ୍ଚଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ। ୧୯୩୬ ମସିହାରେ ଓଡ଼ିଶା ଏକ ଭାଷାଭିତ୍ତିକ ପ୍ରଦେଶର ମାନ୍ୟତା ପାଇଥିଲା । ୨୦୩୬ ମସିହା ସୁଦ୍ଧା ଓଡ଼ିଶାର ସାମାଜିକ ଓ ଅର୍ଥନୈତକ ବିକାଶର ସ୍ବପ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦେଖିଛନ୍ତି । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସୁଦୃଢ ଜାତୀୟ ଶିକ୍ଷାନୀତିର ପ୍ରଣୟନ ହେବା ନିହାତି ଜରୁରୀ ।

ଏଥିସହିତ ଉଚ୍ଚଶିକ୍ଷା ମନ୍ତ୍ରୀ ଭାରତବର୍ଷର ପ୍ରାଚୀନ ଗୁରୁକୁଳ ପ୍ରଥା ସମ୍ବନ୍ଧରେ ଆଲୋକପାତ କରିବା ସହ ସତ୍ୟବାଦୀ ବକୁଳ ବନବିଦ୍ୟାଳୟ, ନାଳନ୍ଦା ବିଶ୍ୱବିଦ୍ୟାଳୟର ପ୍ରାଚୀନ ଶିକ୍ଷା ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ । ପିଲାମାନେ ମାତୃଭାଷାରେ ଉଚ୍ଚଶିକ୍ଷା ଗ୍ରହଣ କଲେ ତାଙ୍କର ସୃଜନଶୀଳତା ବୃଦ୍ଧି ପାଇବା ବୋଲି ସେ ମତପ୍ରକାଶ କରିଥିଲେ । ଶେଷରେ ଓଡ଼ିଆ ଅସ୍ମିତା, ଶୈକ୍ଷିକ ଅସ୍ମିତାକୁ ବଜାୟ ରଖିବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆନ୍ତରିକତାର ସହ ପ୍ରଣୟନ କରିବା ପାଇଁ ସେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କର ସହଯୋଗ କାମନା କରିଥିଲେ।

ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଜାତୀୟ ଶିକ୍ଷାନୀତି ପ୍ରଣୟନର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ଏଥି ସହିତ ଉଚ୍ଚଶିକ୍ଷା ଓ ସ୍ନାତକ ସ୍ତରରେ ନୂତନ ଶିକ୍ଷାନୀତି ପ୍ରଣୟନ ହେବା ଦ୍ୱାରା ପିଲାମାନେ ସର୍ବଭାରତୀୟ ସ୍ତରରେ ହେଉଥିବା ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିବେ ବୋଲି ସେ କହିଥିଲେ। ନୂତନ ଶିକ୍ଷାନୀତି ପ୍ରଣୟନ ମାଧ୍ୟମରେ ପିଲାମାନଙ୍କୁ ସ୍କିଲ ଟ୍ରେନିଂ ମଧ୍ୟ ପ୍ରଦାନ କରାଯିବ ଯାହା ଦ୍ୱାରା ସେମାନେ ଅନେକ ନିଯୁକ୍ତିର ସୁଯୋଗ ପାଇପାରିବେ ବୋଲି ସେ ମତପ୍ରକାଶ କରିଥିଲେ ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଯୁଗ୍ମ ସଚିବ ଡ଼ଃ ଏନ୍‌. ଗୋପୁକୁମାର ଓଡ଼ିଶାରେ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ ପାଇଁ ହୋଇଥିବା ଏହି ଆଲୋଚନଚକ୍ର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ନିଜର ମତ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଚିତ୍ତ ରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+