ପ୍ରବାସୀ ଭାରତୀୟ ଦିବସ ; ପ୍ରତିଟି ଘରକୁ ନୂଆବୋହୂ ଭଳି ସଜାଇବାକୁ ସମସ୍ତ ରାଜଧାନୀବାସୀଙ୍କୁ ଅପିଲ୍ କଲେ ମନ୍ତ୍ରୀ

ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ୧୭ତମ ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ବର । ରାଜ୍ୟ ସରକାରଙ୍କ ପକ୍ଷରୁ ଅତିଥି ଦେବୋ ଭବ ଆଭିମୁଖ୍ୟରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତି ବି ସରିଲାଣି । ଏହାରି ଭିତରେ ଏବେ ରାଜଧାନୀ ବାସୀଙ୍କୁ କିଛି ଅପିଲ୍ କରିଛନ୍ତି ମନ୍ତ୍ରୀ । ପ୍ରବାସୀ ଭାରତୀୟ ଭୁବନେଶ୍ବର ମୁହାଁ ହୋଇଥିବା ବେଳେ ଭୁବନେଶ୍ବର ସ୍ଥିତ ପ୍ରତିଟି ଘରକୁ ନୂଆବୋହୂ ଭଳି ସଜାଇବାକୁ ସମସ୍ତ ରାଜଧାନୀବାସୀଙ୍କୁ ଅପିଲ୍ କରିଛନ୍ତି, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

krusna mahapatra

ଏଥିସହିତ ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଓଡ଼ିଶାର ଅସ୍ମିତାକୁ ଏବେ ସାରା ବିଶ୍ୱ ଦେଖିବ ବୋଲି କହିଛନ୍ତି ମନ୍ତ୍ରୀ ।

ପ୍ରଥମ ଥର ପାଇଁ ଓଡିଶାରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି । ଭୁବନେଶ୍ବର ଜନତା ମଇଦାନରେ ମେଳି ହେବେ ଦେଶ ତଥା ବିଦେଶର ପ୍ରବାସୀ । ଯାହାଙ୍କୁ ସ୍ବାଗତ ପାଇଁ ଖାଲି ଭୁବନେଶ୍ବର ନୁହେଁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟ ସୁସଜ୍ଜିତ କରାଯାଇଛି । ତିନି ଦିନ ଧରି ଭୁବନେଶ୍ବର ଜନତା ମଇଦାନରେ ଏହି ସମ୍ମିଳନୀ ଚାଲିବାକୁ ଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଅନ୍ୟପଟେ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ପହଞ୍ଚିବା ଆରମ୍ଭ କଲେଣି । ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକକଳା ଓ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ବାଗତ ପାଉଛନ୍ତି ପ୍ରବାସୀ ଭରତୀୟ । ଦୁବାଇ, କତାର, ଓମାନ ଭଳି ଜାଗାରୁ ଆସିଥିବା ପ୍ରବାସୀମାନେ ହାତରେ ପଦ୍ମଫୁଲ ନେଇ ପହଞ୍ଚିଛନ୍ତି । ଏହା ସହ କଳାହାଣ୍ଡିର ଘୁମୁରା ଓ ଅନ୍ୟାନ୍ୟ ଲୋକ ବାଦ୍ୟର ତାଳେ ତାଳେ ଝୁମିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+