ଭସାଣ ଉତ୍ସବ: ଯାନବାହନ ଚଳାଚଳ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଆସନ୍ତାକାଲି ଭସାଣ ଉତ୍ସବ । ବିଭିନ୍ନ ପୂଜାଣ୍ତପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହେବ ଏବଂ ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ । ଯେଉଁଥି ପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଟ୍ରାଫିକ୍ ସମସ୍ୟାକୁ ନଜରରେ ରଖି କମିଶନରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।

ଭସାଣ ସମୟରେ ମୁଖ୍ୟ ରାସ୍ତାରେ ଯାନବାହାୱ ଯିବାକୁ ଅନୁମତି ଦିଆଯାଇ ନାହିଁ । କଟକ କଲେଜ ଛକ ନିକଟରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହନ ଚଳାଚଳ କରିବା ପାଇଁ ଅନୁମତି ନାହିଁ । ସେହିପରି ତିନିକୋଣିଆ ବଗିତା ଦେଇ ଚାନ୍ଦିନୀ ଚୌକ ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଥିବା ବେଳେ ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ ବି କଟକଣା ଲାଗିଛି ।

 Cuttack Durga
ସେହିପରି ଚଣ୍ତିଛକରୁ ଶେଖ ବଜାର, ମହମ୍ମଦିଆ ବଜାରରୁ ଚାନ୍ଦିନୀ ଚୌକ ରାସ୍ତାରେ ମଧ୍ୟ ଯାନବାହ ଯିବା ଉପରେ କଟକଣା ଲାଗଯାଇଛି । ତେବେ ଯଦି ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନ ଭରିବାକୁ ପଡିବ ବୋଲି ସୂଚନା ଦେଇଛି କମିଶନରେଟ୍ ପୋଲିସ ।

ସେହିପରି ରାବଣପୋଡି ପାଇଁ ଭୁବନେଶ୍ୱର ବରମୁଣ୍ତା ପଡିଆରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ପ୍ରାୟ ଲକ୍ଷେ ଟଙ୍କାର ବାଣ ବ୍ୟବହାର କରାଯିବ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସେହିପରି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ୧୦୦ଜଣ ଭଲ୍ୟୁଣ୍ଚର ନିୟୋଜିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+