ରାଜ୍ୟରେ ପୁଣି ବଢିଲା ତାପମାତ୍ରା

Odisha Weather: ରାଜ୍ୟରେ ପୁଣି ବଢିଲା ତାପମାତ୍ରା । ଆଗକୁ ଆହୁରି ତାପମାତ୍ରା ବଢିବାରା ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ଅତ୍ୟଧିକ ତାତି ବଢିବା ହେବା ନେଇ ସୂଚନା ରହିଛି ।

ସେହିପରି ରବିବାର ୭ ଜିଲ୍ଲାରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହେବାର ଆଶଙ୍କା ରହିଥିବା ନେି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେତେ କିଛି କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ହେବ ବୋଲି ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

Odisha Weather

ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଆଇଏମଡି ସିଜିନାଲ ଫୋରକାଷ୍ଟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଚଳିତବର୍ଷ ମାର୍ଚ୍ଚ ମାସରୁ, ମେ ମାସ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ତାତି ଅନୁଭୁତ ହେବ । ଏଥି ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ।

ସୂଚନାଥାଉ ଯେ, ଗତକାଲି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ବଲାଙ୍ଗୀରରେ ୩୬.୭ ଡିଗ୍ରୀ, ନୟାଗଡ଼ରେ ୩୬.୫ ଡିଗ୍ରୀ, ସୋନପୁରରେ ୩୬.୨, ଟିଟିଲଗଡ଼ା ଓ ଭବାନୀପାଟଣାରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଢେଙ୍କାନାଳରେ ୩୫.୭, ଜଗତସିଂହପୁରରେ ୩୫.୫, ରାୟଗଡ଼ାରେ ୩୫.୪, ବୌଦ୍ଧରେ ୩୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଆସନ୍ତା ୩ ତାରିଖରେ ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼,ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ସୋନପୁର, ବରଗଡ଼ରେ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି । କିଛି କିଛି ସ୍ଥାନରେ ଘଡ଼ଘଡି ହେବାର ମଧ୍ୟ ଆଶଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+