ବାତ୍ୟାକୁ ନେଇ IMD ଡିଜିଙ୍କ ପ୍ରତିକ୍ରିୟା, କହିଲେ ଉପକୂଳ ଓଡ଼ିଶାରେ.....
ଭୁବନେଶ୍ୱର: ଓଡ଼ିଶାକୁ ପୁଣି ବାତ୍ୟା ଭୟ। ଡ଼ରାଇଲା ବିଭିନ୍ନ ପାଣିପାଗ ସଂସ୍ଥାର ମଡେଲର ଆକଳନ। କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ଆସନ୍ତା ୨୧ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହୋଇ ୨୩ ତାରିଖରେ ନେବ ଅବପାତ ରୂପ।
ତେବେ ବାତ୍ୟାର ରୂପ ନେବ କି ନାହିଁ ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିନାହିଁ। କିନ୍ତୁ ବିଭିନ୍ନ ପାଣିପାଗ ସଂସ୍ଥାର ମଡେଲ ବାତ୍ୟା ନେଇ କରିଛନ୍ତି ଆକଳନ। ଅନ୍ୟପଟେ ଦିନକ ପରେ ଅର୍ଥାତ ଆସନ୍ତା ୨୧ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଯାହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୩ ତାରିଖରେ ଅବପାତର ରୂପ ନେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର।

ସେ କହିଛନ୍ତି, ୨୩ ତାରିଖ ବେଳକୁ ସମୁଦ୍ର ମଧ୍ୟରେ ପବନର ବେଗ ରହିବ ଘଣ୍ଟାପ୍ରତି ୪୫ରୁ ୫୦ କିଲୋମିଟର। ଏହାପରେ ୨୩ରୁ ୨୫ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ ହେବ ବର୍ଷା। ଲଘୁଚାପର ପ୍ରଭାବ ଉତ୍ତର ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପରେ ରହିବ। ତେଣୁ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀ ୨୧ ସୁଦ୍ଧା ଫେରିଆସନ୍ତୁ ବୋଲି କହିଛନ୍ତି ଓଗଊ ଡିଜି। ତେବେ ବାତ୍ୟା ସଂପର୍କରେ ଏଯାଏଁ ସେଭଳି କୌଣସି ପୂର୍ବାନୁମାନ କରାଯାଇନଥିବାବେଳେ ଯେହେତୁ ଏବେ ବାତ୍ୟା ପ୍ରବଣ ମାସ, ତେଣୁ ଆସନ୍ତା ୨୧ ତାରିଖରେ ଲଘୁଚାପ ସୃଷ୍ଟି ହେଲା ପରେ ହିଁ ସ୍ପଷ୍ଟ ହେବ ବୋଲି ଆଇଏମଡ଼ି ଡିଜି କହିଛନ୍ତି।












Click it and Unblock the Notifications