ହିଟୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ଜାରି, ୩ ଦିନ ପରେ ବଦଳିବ ପାଗ
Odisha Weather Upate: ସାରା ରାଜ୍ୟରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ମିଳିବ ନାହିଁ ତାତିରୁ ଆଶ୍ୱସ୍ତି । ପାଣିପାଗ ବିଭାଗ ପକ୍ଷରୁ ହିଟୱେଭ୍ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗିର, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅନୁଗୁଳ ଜିଲ୍ଲାରେ ହିଟୱେଭ୍ ଅର୍ଥାତ୍ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି ଯେଉଁଥି ପାଇଁ ଏହି ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।
ସେହିପରି ବଲାଙ୍ଗିରି, କନ୍ଧମାଳ, ବୌଦ୍ଧ, ଭଦ୍ରକ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ଲାଗି ରହିବା ଯେଉଁଥି ପାଇଁ ଏହି ସମସ୍ତ ଜିଲ୍ଲାକୁ ମଧ୍ୟ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମସ୍ତ ଜିଲ୍ଲାରେ ରାତି ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ ।

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗରମ ହେବ । ଯେଉଁଥି ପାଇଁ ଛୋଟ ପିଲା, ରୋଗୀ, ବୟସ୍କ ଏବଂ ଗର୍ଭବତୀଙ୍କୁ ଖରାରେ ବାହାରକୁ ନ ବାହାରିବା ପାଇଁ ସୂଚନା ଜାରି କରାଯାଇଛି । ସେହିପରି ଆସନ୍ତା ରବିବାର ରାଜ୍ୟର କିଛି କିଛି ଜିଲ୍ଲାରେ ବର୍ଷା ସହ କାଳବୈଶାଳୀ ହେବାର ଆଶଙ୍କା ରହିଛି ।
ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଏବଂ ଭଦ୍ରକ ଜିଲ୍ଲାର କିଛି କିଛି ସ୍ଥାନରେ ବଜ୍ରପାତ, ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି । ଏହି ସମସ୍ତ ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ମଧ୍ୟ ରହିଛି ।












Click it and Unblock the Notifications