ଲ୍ୟାଣ୍ଡଫଲ ସ୍ଥାନରେ ଅଧିକ କ୍ଷୟକ୍ଷତି ହୋଇପାରେ: IMD ଡିଜି
୨୨ ତାରିଖ ବେଳକୁ ଓଡ଼ିଶାରେ ବାତ୍ୟାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ‘ସୁପର ସାଇକ୍ଲୋନ୍’ ହେବାର ଆଶଙ୍କା ନାହିଁ ।
ଭୁବନେଶ୍ୱର: ୨୨ ତାରିଖ ବେଳକୁ ଓଡ଼ିଶାରେ ବାତ୍ୟାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା 'ସୁପର ସାଇକ୍ଲୋନ୍' ହେବାର ଆଶଙ୍କା ନାହିଁ । ତେବେ, ଏହି ସମ୍ଭାବ୍ୟ ବାତ୍ୟାର ତୀବ୍ରତା କେତେ ରହିବ? ସବୁଠୁ ଅଧିକ ତୀବ୍ରତା କେଉଁଠି ରହିବ? ବାତ୍ୟାର ଗତିପଥ କଣ ରହିବ? କେଉଁ ଉପକୂଳରେ କେଉଁଠି ସ୍ଥଳଭାଗ ଅତିକ୍ରମ କରିବ? ଏହାର ପ୍ରଭାବ କଣ ରହିବ? ପବନର ବେଗ କେତେ ରହିବ? କେଉଁ ଅଞ୍ଚଳରେ କେତେ ବର୍ଷା ହେବ? ଏସବୁର ଆକଳନ ଏବେଠାରୁ କରିବା ସମ୍ଭବପର ନୁହେଁ ।

କିନ୍ତୁ, ଗୋଟିଏ କଥା ସଷ୍ଟ ବାତ୍ୟା ହେବ, କିନ୍ତୁ ସାଧାରଣ ବାତ୍ୟା। କାରଣ ବାତ୍ୟା ସୃଷ୍ଟି ପାଇଁ ବଙ୍ଗୋପସାଗରର ସ୍ଥିତି ଅନୁକୂଳ ରହିଛି ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ (ଡିଜି) ମୃତ୍ୟୁଞ୍ଜୟ ମହାପାତ୍ର। ତେବେ ଲଘୁଚାପ ବା ଅବପାତ ହେଲା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ' ବୋଲି IMD ଡିଜି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୩ରୁ ୨୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅବପାତ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବା ସମ୍ଭାବନା ରହିଛି।
ପ୍ରଭାବରେ ଆସନ୍ତା ୨୩ ତାରିଖ ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ୨୨ ତାରିଖରୁ ଗଭୀର ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କ ପାଣିପାଗ ବିଭାଗ ସତର୍କ କରାଇଛି । ସମ୍ଭାବ୍ୟା ବାତ୍ୟା ଯୋଗୁ ସମୁଦ୍ରରେ ପବନର ବେଗ ୪୫ରୁ ୬୫ କିଲୋମିଟର ବେଗରେ ବହିବା ସମ୍ଭାବନା ରହିଛି ।












Click it and Unblock the Notifications