ମହାବାତ୍ୟାର ରୂପ ନେବ ନାହିଁ ବାତ୍ୟା ୟଶ: ଆଇଏମଡି ଡିଜି
ଏହା ଭେରି ସିଭିୟର ସାଇକ୍ଳୋନ୍ ଷ୍ଟ୍ରୋମ କିନ୍ତୁ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ ନାହିଁ କି ଏହା ମାହାବାତ୍ୟାର ରୂପ ନେବନାହିଁ ବୋଲି କହିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ଭୁବନେଶ୍ବର: ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ଏବେ ବାତ୍ୟା ୟଶ ରେ ପରଣିତ ହୋଇସାରିଛି । ପାଣିପାଗ ବିଭାଗର ଆକଳନ ଅନୁଯାଇ ଏହି ସାମୁଦ୍ରିକ ଝଡ ୟାସ୍ ୨୬ ତାରିଖ ସକାଳେ ଚାନ୍ଦବାଲି ଓ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ଏହି ସମୟରେ ପବନର ବେଳ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଣ୍ଟା ହେବାର ଆଶଙ୍କା ରହିଛି । ତେବେ ଏହା ଭେରି ସିଭିୟର ସାଇକ୍ଳୋନ୍ ଷ୍ଟ୍ରୋମ କିନ୍ତୁ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ ନାହିଁ କି ଏହା ମାହାବାତ୍ୟାର ରୂପ ନେବନାହିଁ ବୋଲି କହିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟନ୍ ଅନୁସାରେ ଏହା ପାରାଦୀପରୁ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି । ତେବେ ଶେଷ ଅପଡେଟ ସୁଦ୍ଧା ଏହି ଝଡ ଘଣ୍ଟାକୁ ୧୦ କିଲୋମିଟର ବେଗରେ ଉତ୍ତର ଓଡିଶା ଆଡକୁ ଆସୁଛି । ତେବେ ଯଦି ଏହି ଗତି ଜାରି ରହେ, ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ବେଳେ ବେଳେ ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବାତ୍ୟାର ପ୍ରଭାବ ଅଧିକ ପଡ଼ିବ। ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ସହ ପବନ ଜାରି ରହିଛି ଏହି ୪ ଜିଲ୍ଲା ଗୁଡ଼ିକରେ ଆଜି ରାତିରୁ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୬୦ କିଲୋମିଟର, ଖୋର୍ଦ୍ଧା ଓ ପୁରୀରେ ୯୦ରୁ ୧୨୦ କିଲୋମିଟର ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିଲୋମିଟର ବେଗ ରହିପାରେ ବୋଲି ଅନୁମାନ କରାଯାଉଛି ।
ତାସହ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ୪ ମିଟର ଯାଏଁ ଉଚ୍ଚ ଜୁଆର ମାଡ଼ି ଆସିବାର ସମ୍ଭାବନା ବି ଅଛି । ପ୍ରବଳ ପବନ ଯୋଗୁଁ ବଡ଼ ବଡ଼ ଗଛ ଉପୁଡିପାରେ, କଚ୍ଚା, ଆଜବେଷ୍ଟସ ଛପର ଓ ପୁରୁଣା କୋଠା ଭାଙ୍ଗିଯାଇପାରେ, ଟେଲିଫୋନ୍, ବିଜୁଳି ଖୁଣ୍ଟ ବି ଗୁରୁତର ପ୍ରଭାବିତ ହୋଇପାରେ । ବଙ୍ଗୋପସାଗରରେ ବାତ୍ୟା ବଳ ଗୋଟାଇ ଆଗକୁ ବଢୁଥିବା ବେଳେ ସ୍ଥିତିକୁ ଦେଖି ଆଜି ରାଜ୍ୟର ପାରାଦୀପ ଓ ଧାମରା ବନ୍ଦରରେ ୪ ନମ୍ବର ବିପଦ ସଂକେତ ଜାରି ହୋଇଛି ।












Click it and Unblock the Notifications