ବିଶ୍ୱ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର
ଭୁବନେଶ୍ୱର: ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର ନେଲେ ବଡ଼ ଦାୟିତ୍ୱ । ବିଶ୍ୱ ପାଣିପାଗ ସଂଙ୍ଗଠନର ଉପାଧ୍ୟକ୍ଷ ଭାବେ ସେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଶ୍ୱ ପାଣିପାଗ ସଙ୍ଗଠନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ୧୪୮ ଭୋଟରୁ ୧୧୩ ଖଣ୍ତ ଭୋଟ୍ ମୃତ୍ୟୁଞ୍ଜୟଙ୍କ ସପକ୍ଷରେ ପଡ଼ିଥିଲା ।
WMOର ତୃତୀୟ ଭାଇସ୍ ପ୍ରେସିଡେଣ୍ଟ ପୋଷ୍ଟ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଭାରତୀୟ ପାଣିପାଗ ବିଭାଗର ମୃତ୍ୟୁଞ୍ଜୟ ମହାପାତ୍ରଙ୍କର ରହିଛି ଉଲ୍ଲେଖନୀୟ ଅବଦାନ । ବାତ୍ୟାର ସଠିକ ପରିଚାଳନା ପାଇଁ ତାଙ୍କୁ ସାଇକ୍ଲୋନ୍ ମ୍ୟାନ୍ ବୋଲି ମଧ୍ୟ କୁହାଯାଏ ।

WMOର ତିନୋଟି ଉପାଧ୍ୟକ୍ଷ ପଦବୀ ମଧ୍ୟରୁ ଗୋଟିଏ ପାଇଁ ସେ ନିର୍ବାଚିତ ହୋଇଛନ୍ତି । ତେବେ ପ୍ରତିଚାରି ବର୍ଷରେ ସମସ୍ତ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ଜଳବାୟୂ ପରିବର୍ତ୍ତନ, ପ୍ରାରମ୍ଭିକ ଚେତାବନୀ ଏବଂ ବିପର୍ଯ୍ୟ ପ୍ରସ୍ତୁତି ଉପରେ ନଜର ରଖିବା ପାଇଁ ଜାତିସଂଙ୍ଘ ଏକ ପ୍ରମୁଖ ବିଭାଗ ଅଟେ ।
ସୂଚନାଥାଉ ଯେ, ୨୦୧୯ ମସିହାରେ ଆଇଏମଡିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ । ୨୦୧୩ରେ ଫାଇଲିନ ଗତିପଥକୁ ସଠିକ୍ ଭାବେ ଅନୁମାନ କରି ପ୍ରଶଂସିତ ହୋଇଥିଲେ ମୃତ୍ୟୁଞ୍ଜୟ ମହାପାତ୍ର ।
ସୂଚନାଥାଉ ଯେ, ସାଇକ୍ଲୋନ୍ ମ୍ୟାନ୍ ଅଫ୍ ଇଣ୍ତିଆ ଭାବେ ପରିଚିତ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଜନ୍ମ ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱରରେ ହୋଇଥିଲା ଏବଂ ସେ ଦିଲ୍ଲୀ ଆଇଆଇଟିର ଛାତ୍ର ।












Click it and Unblock the Notifications