ILS ନିର୍ଦ୍ଦେଶକ ଡା. ଅଜୟ ପରିଡାଙ୍କ ପରଲୋକ, କୋଭିଡ ସମୟରେ ଘରେ ଘରେ ଥିଲେ ପରିଚିତ
ଆଇଏଲଏସ (ILS) ନିର୍ଦ୍ଦେଶକ ପଦ୍ମଶ୍ରୀ ଡା. ଅଜୟ ପରିଡାଙ୍କ ପରଲୋକ ଘଟିଛି। ଗୌହାଟୀ ରେ ସାମିଲ ଏକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।
ଭୁବନେଶ୍ବର: ଆଇଏଲଏସ (ILS) ନିର୍ଦ୍ଦେଶକ ପଦ୍ମଶ୍ରୀ ଡା. ଅଜୟ ପରିଡାଙ୍କ ପରଲୋକ ଘଟିଛି। ଗୌହାଟୀ ରେ ସାମିଲ ଏକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । କନଫରେନ୍ସ ପୂର୍ବରୁ ତାଙ୍କୁ ହୃଦଘାତ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।

ତାଙ୍କ ପରଲୋକ ନେଇ ILS ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୃତ୍ୟୁବେଳକୁ ଅଜୟ ପରିଡ଼ାଙ୍କୁ ୫୮ବର୍ଷ ହୋଇଥିବା ଜଣାପଡିଛି । ହୃଦଘାତରେ ତାଙ୍କର ମୃତ୍ଯୁ ଘଟିଥିବା ସୂଚନା।
ରାଜ୍ୟରେ କୋଭିଡ଼ ମହାମାରୀ ସମୟରେ ILS ନିର୍ଦ୍ଦେଶକଙ୍କ ପରିଚାଳନା ଏବଂ କରୋନା ଟେଷ୍ଟିଂରେ ତାଙ୍କ ଭୂମିକା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଏପିରିକି ରାଜ୍ୟବାସୀଙ୍କୁ କୋଭିଡ଼ ମହାମାରୀ ନେଇ ସବୁବେଳେ ସତର୍କ କରାଉଥିଲେ ଅଜୟ ପରିଡ଼ା ।












Click it and Unblock the Notifications