ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଅଜୟ ପରିଡା
ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡ.ଅଜୟ ପରିଡା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟି ଯାଜପୁର ଭଗବାନପୁରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଯାଜପୁର: ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡ.ଅଜୟ ପରିଡା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟି ଯାଜପୁର ଭଗବାନପୁରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଜଳି ଜ୍ଞାପନ କରିଥିଲେ ।

ଉଲ୍ଲେଖଥାଉ କି, ଜୀବବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡଃ ଅଜୟ ପରିଡ଼ାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଥିଲେ । ଏଥି ସିହତ ରାଷ୍ଟ୍ରୀୟ ସମ୍ମାନ ସହ ଅଜୟ ପରିଡ଼ାଙ୍କ ଶେଷକୃତ୍ୟ ସଂପନ୍ନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ବିୟୋଗରେ ଦେଶ ଜଣେ ବିଶିଷ୍ଟ ବୈଜ୍ଞାନିକଙ୍କୁ ହରାଇଲା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ ।
ଗତକାଲି (ମଙ୍ଗଳବାର) ସକାଳେ ହୃଦଘାତରେ ପରିଡ଼ାଙ୍କ ମୃତ୍ୟୁ ହୋଇଥିଲା । ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ ଭୁବନେଶ୍ୱର ନିର୍ଦ୍ଦେଶକ ଥିଲେ ଅଜୟ ପରିଡ଼ା । ୧୩ ଜାନୁଆରୀ ୨୦୧୭ରୁ ଆଇଏଲଏସ ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ। ୨୦୧୪ରେ ପଦ୍ମଶ୍ରୀ ପାଇଥିଲେ । ଗୌହାଟୀକୁ ଏକ କନଫରେନ୍ସରେ ଯୋଗଦେବାକୁ ଯାଇଥିଲେ । କନଫରେନ୍ସ ପୂର୍ବରୁ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।
ଧାନ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୨୦୧୪ ଏପ୍ରିଲ୍ ୨୪ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଡ.ପରିଡ଼ାଙ୍କୁ 'ପଦ୍ମଶ୍ରୀ ସମ୍ମାନ'ରେ ସମ୍ମାନିତ କରିଥିଲେ । ଏହି ସମୟରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କୃଷି ଉପଦେଷ୍ଟା ଥିଲେ । ୨୦୧୭ରୁ ଭୁବନେଶ୍ବର ଆଇଏଲ୍ଏସ୍ର ନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ । କୋଭିଡ୍ ପରିଚାଳନା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ଚାକିରି କାଳକୁ ଆଉ ୩ବର୍ଷ ବଢ଼ାଇ ଦିଆଯାଇଥିଲା ।












Click it and Unblock the Notifications