କଟକରେ ବେଆଇନ୍ ବନ୍ଧୁକ କାରଖାନା ; ୩୦ରୁ ଅଧିକ ବନ୍ଧୁକ ଜବତ, ୪ ଗିରଫ
ଏସଟିଏଫ୍ କୁ ବଡ ସଫଳତା। କଟକ ବୟାଳିଶି ମୌଜାରେ ବେଆଇନ୍ ବନ୍ଧୁକ କାରଖାନା ଠାବ ହୋଇଛି। ୩୦ରୁ ଅଧିକ ବନ୍ଧୁକ ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଦୀର୍ଘ ଦିନରୁ ଏଠାରେ ବେଆଇନ ଭାବେ ବନ୍ଧୁକ ତିଆରି କରାଯାଉଥିଲା।

ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସପ୍ଲାଏ କରାଯାଉଥିଲା। କୌଣସି ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଆଜି ଏସଟିଏଫ୍ ଟିମ୍ ବନ୍ଧୁକ କାରଖାନା ଉପରେ ଚଢାଉ କରିଥିଲା। ଏବଂ ସେଠାରୁ ୩୦ରୁ ଅଧିକ ବେଆଇନ୍ ବନ୍ଧୁକ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି।












Click it and Unblock the Notifications