ଭୟଙ୍କର ବାଣ ବିସ୍ଫୋରଣ, ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଗୁରୁତର
ଖୋର୍ଦ୍ଧା ଟାଙ୍ଗୀ ଥାନା ଭୁଷଣ୍ତପୁର ଗାଁରେ ଭୟଙ୍କର ବାଣ ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଗୋଟିଏ ଘରେ ଦୋଳ ଉତ୍ସବ ପାଇଁ ବାଣ ପ୍ରସ୍ତୁତି ହେଉଥିବା ବେଳେ ବିସ୍ପୋରଣ ହୋଇଥିଲା । ତେବେ ଭୁଷଣ୍ତପୁର ଅଞ୍ଚଳରେ ଦୋଳ ପୂର୍ଣ୍ଣିମାରେ ବାଣ ପ୍ରତିଯୋଗୀତା ହୁଏ ସେଥିପାଇଁ ଚାଲିଥିଲା ବାଣ ତିଆରି । ଆଜି ସକାଳେ ବାଣ ରଖାଯାଇଥିବା ଘରେ ନିଆଁ ଲାଗି ଯାଇ ଭୟଙ୍କର ବାଣ ବିସ୍ଫୋରଣ ହୋଇଥିଲା । ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ ।












Click it and Unblock the Notifications