ସରକାରୀ ଅଫିସରେ ରାସଲୀଳା, ରାଜସ୍ୱ ନିରୀକ୍ଷକ ଅଫିସ ସାଜିଛି ବେଡ ରୁମ
ସରକାରୀ ଅଫିସରେ ଚାଲିଛି ରାସଲୀଳା। ରାଜସ୍ୱ ନିରୀକ୍ଷକ ଅଫିସ ସାଜିଛି ବେଡ ରୁମ । ଘଟଣା ଘଟିଛି ଢେଙ୍କାନାଳ ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ଗଦାଶିଳା RI ଅଫିସରେ ।
ଭୁବନେଶ୍ୱର: ସରକାରୀ ଅଫିସରେ ଚାଲିଛି ରାସଲୀଳା। ରାଜସ୍ୱ ନିରୀକ୍ଷକ ଅଫିସ ସାଜିଛି ବେଡ ରୁମ । ଘଟଣା ଘଟିଛି ଢେଙ୍କାନାଳ ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ଗଦାଶିଳା RI ଅଫିସରେ ।

ବିଭାଗର ଜଣେ ଇନ୍ସପେକ୍ଟରଙ୍କ ନାମରେ ଆସିଛି ଏଭଳି ଏକ ସାଂଘାତିକ ଅଭିଯୋଗ। ଅଭିଯୋଗ ଅନୁସାରେ ଦିନଦ୍ଵିପ୍ରହରରେ ଅଫିସ ଭିତରେ ମାତାଲ ଅବସ୍ଥାରେ ଶୋଇ ରହୁଛନ୍ତି RI । ଅଫିସରେ ଗଡୁଛି ପେଟି ପେଟି ମଦ ବୋତଲ । ତେବେ ଖାଲି ସେତିକି ନୂହେଁ ଅଫସିକୁ ସମ୍ପୂର୍ଣ୍ଣ ରୂପେ ବେଡରୁମ ସଜେଇ ମହିଳାମାନଙ୍କ ସହ RI ରଖୁଛନ୍ତି ଅନୈତିକ ସମ୍ପର୍କ । ତେବେ ଏମିତି ସବୁ ଅଭିଯୋଗ ଆସିବା ପରେ ସମ୍ପୃକ୍ତ RIଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଦେଖିବାକୁ ବାକି ରହିଲା ।












Click it and Unblock the Notifications