ନଭେମ୍ବର ୧୪ରୁ ୨୭ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା; ପ୍ରଗତି ମୈଦାନରେ ଝଲସିବ ଓଡିଶାର କଳା ଓ ସଂସ୍କୃତି

ଆଗାମୀ ନଭେମ୍ବର ୧୯ ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩ ଅନୁଷ୍ଠିତ ହେବ । ଚଳିତ ବର୍ଷର ବିଷୟବସ୍ତୁ "ବସୁଧୈବ କୁଟୁମ୍ବକମ୍-ୟୁନାଇଟେଡ୍ ବାଇ ଟ୍ରେଡ୍" ଆଧାରରେ ଏଥିରେ ଓଡିଶା ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ସରକାର ସ୍ଵୀକୃତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶାର ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ।

ଓଡିଶାର ପ୍ରାଚୀନ ନୌବାଣିଜ୍ୟ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡିଶାର ହସ୍ତତନ୍ତ, ହସ୍ତଶିଳ୍ପ, ବିଭିନ୍ନ କାରୁକାର୍ଯ୍ୟ ଭାରତର ବିଭିନ୍ନ ରାଜ୍ୟ ସମେତ ବିଶ୍ଵବାସୀଙ୍କ ପାଇଁ ଆକର୍ଷଣୀୟ ସାମଗ୍ରୀ ହୋଇଆସିଛି । ଓଡିଶାର ଜଗନ୍ନାଥ ସଂସ୍କୃତି, ଜନଜାତିଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଆଭୂଷଣ ଓ ଅଳଙ୍କାର ଏବଂ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପ୍ରଗତିଶୀଳ ଓଡିଶାର କୁଟୀର ଶିଳ୍ପ ସମେତ ଓଡିଶାର ମିଲେଟ, ଅଦା ଓ ହଳଦୀ, କୋରାପୁଟ କଫି, ପର୍ଯ୍ୟଟନ, କ୍ରୀଡ଼ା, ଶିଳ୍ପାୟନ ଆଦିକୁ ଓଡିଶା ପାଭିଲିୟନ ମାଧ୍ୟମରେ ବିଶ୍ଵବାସୀଙ୍କ ନିକଟରେ ସଠିକ ଭାବେ ଉପସ୍ଥାପିତ କରିବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଓ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦେଇଥିଲେ ।

trade_fair

ଚଳିତ ବର୍ଷ ବାଣିଜ୍ୟ ମେଳାର ଫୁଡ କୋର୍ଟରେ ମଧ୍ୟ ଓଡିଶା ଅଂଶଗ୍ରହଣ କରି ବିଶ୍ଵବାସୀଙ୍କୁ ଓଡିଶାର ଅନନ୍ୟ ସୁସ୍ଵାଦୁ ଖାଦ୍ୟ ଅନୁଭୂତି ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଗତବର୍ଷର ବାଣିଜ୍ୟ ମେଳାରେ ଓଡିଶା ପୁରସ୍କୃତ ହୋଇଥିବାରୁ ଚଳିତ ବର୍ଷ ମଧ୍ୟ ଏହି ପରମ୍ପରାକୁ ବଜାୟ ରଖିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ଵାରୋପ କରିଥିଲେ।

ବୈଠକରେ, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଓଡିଶାର ଅଂଶଗ୍ରହଣ ସମ୍ବନ୍ଧିତ ଆବଶ୍ୟକ ତଥ୍ୟ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ କୃଷି, ପଞ୍ଚାୟତିରାଜ, ପର୍ଯ୍ୟଟନ, ସଂସ୍କୃତି, ବୟନଶିଳ୍ପ, ଏମଏସଏମଇ, ଏସଟି ଓ ଏସସି ଉନ୍ନୟନ, ସୂଚନା ଓ ଲୋକସମ୍ପର୍କ ଆଦି ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ, ଆୟୁକ୍ତ ଓ ନିର୍ଦ୍ଦେଶକଙ୍କ ସମେତ ଅଧିକାରୀମାନେ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+