ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କ ପ୍ରାଣ
ପ୍ରାକୃତିକ ବିପର୍ଯ୍ୟୟ ନିରୀହ ଚାଷୀଙ୍କ ପାଇଁ କାଳ ସାଜିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଜ୍ରପାତ କାରଣରୁ ୫ ଜଣ ଚାଷୀଙ୍କର ମୃତ୍ୟୁ ଘଟିଛି। ଗତକାଲି ଅନୁଗୁଳ ଜିଲ୍ଲା କିଶୋରନଗର ଅଞ୍ଚଳରେ ବାପ-ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଅଞ୍ଚଳରେ ବାପ-ଝିଅଙ୍କ ସମେତ ୩ ଜଣଙ୍କର ମୃତ୍ୟୁର କାରଣ ହିଁ ବଜ୍ରପାତ ହୋଇଛି। ମୃତକମାନେ ହେଲେ ଗେମେଲ କ୍ରିଷ୍ଣା (୪୬), ଝିଅ ଗେମେଲ କାମି (୩୩) ଓ ସଂପର୍କୀୟ ମାଉସୀ ଗେମେଲ ତୁମ୍ବାଇ (୬୬)।
ସୂଚନା ଅନୁସାରେ, ସକାଳ ସମୟରେ ୩ଜଣ ସମସ୍ତେ ଚାଷ ଜମିରେ କାମ କରିବାକୁ ଯାଇଥିଲେ । ଏହି ସମୟରେ ହଠାତ୍ କାଳ ବୈଶାଖୀ ଘୋଟି ଆସିଥିଲା । ଫଳରେ ଉଭୟ ତିନି ଜଣ ଯାଇ ଚାଷ ଜମି ନିକଟରେ ଥିବା ଗଛ ତଳେ ଆଶ୍ରୟ ନେଇଥିଲେ ।

ଠିକ୍ ଏତିକିବେଳେ ଏକ ବଜ୍ରାଘାତ ହୋଇଥିଲା । ଯାହା ଫଳରେ ସମସ୍ତେ ସେହିଠାରେ ହିଁ ଟଳିପଡ଼ିଥିଲେ । ଏହି ଘଟଣାରେ ତହସିଲଦାର ମୃତ ବ୍ୟକ୍ତିଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୧୦,୦୦୦ଟଙ୍କା ଜରୁରୀକାଳୀନ ସହାୟତା ରାଶି ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ହଜାର ଟଙ୍କା ଯୋଗାଇ ଦେଇଥିବା ଜଣା ପଡ଼ିଛି।












Click it and Unblock the Notifications