ଆପଣ ଘରେ ଏହି ସବୁ କାର୍ଯ୍ୟକରୁଛନ୍ତି କି, ହୋଇଯାଆନ୍ତୁ ସାବଧାନ, ନଚେତ...
ଭୁବଶେର: ପ୍ରତ୍ୟେକ ମନୁଷ୍ୟ ଚାହିଁଥାନ୍ତି ନିଜ ପରିବାରଏବଂ ନିଜ ଜୀବନ ସୁଖଶାନ୍ତି ରେ ଅତିବାହିତ ହେଉ । ନିଜର ସମସ୍ତ ଇଛାକୁ ପୂରଣ କରିବା ପାଇଁ କିଏ ବା ନ ଚାହଁନ୍ତି । ଆଉ ସେଥିଲାଗି ଆବଶ୍ୟକ ପରିମାଣରେ ଟଙ୍କ ରୋଜଗାର କରିବା ସହ ତାହା ସଞ୍ଚୟ କରିବା ମଧ୍ୟ ଆବଶ୍ୟକ ହୋଇଥାଏ । ଅନେକ ସମୟରେ ବହୁ ଚେଷ୍ଟା ପରିବର୍ତ୍ତେ ଆବଶ୍ୟକ ପରିମାଣରେ ଟଙ୍କା ସଞ୍ଚୟ ନ କରି ପାରିବା ସହ ଅଯଥାରେ ଟଙ୍କାଖର୍ଚ୍ଚ ମଧ୍ୟ ହୋଇଥାଏ ।
ଯେଉଁ କାରଣରୁ ଏକ ବ୍ୟକ୍ତି ଚାହୁଁଥିବା ଜିନଷ କିମ୍ବା ଇଛା ପୂରଣ କରି ପାରି ନଥାଏ । ବିଶ୍ୱାସ କରାଯାଏ ଏଭଳି ହେବାର କାରଣ ହେଉଛି ଘରର ବାସ୍ତୁ ଦୋଷ । ତେବେ ଆଜି ଆମେ ଆପଣଙ୍କୁ କହିବୁ କେଉଁ କାରଣରୁ ଓ ବାସ୍ତୁ ଦୋଷରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏହାସହ କେଉଁ ଉପାୟ ଶୁଭଫଳ ଦେଇଥାଏ ଓ କଣ କରିଲେ ଧନ ଲାଭ ହୋଇଥାଏ , ତେବେ ଆସନ୍ତୁ ଜାଣିବା ।
୧.ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆପଣ ଯେଉଁ ଠାରେ ଟଙ୍କା ପଇସା ରଖୁଛନ୍ତି, ସେହି ଆଲମିରାର ମୁହଁ ଉତ୍ତର ଦିଗକୁ ହେବା ଆବଶ୍ୟକ । ଏହାଦ୍ୱାରା ଧନ ବୃଦ୍ଧି ହେବା ସହ ଅଯଥା ଖର୍ଚ୍ଚ ହୋଇ ନଥାଏ ।
୨. ବାସ୍ତୁବିତଙ୍କ ପରାମର୍ଶ ଅନୁଯାୟୀ, ଘରର ସଠିକ ସ୍ଥାନରେ ଜଳ ରଖନ୍ତୁ । ଘରର କୌଣସି ଟ୍ୟାପ୍ ନଖୋଲିବା ପୂର୍ବରୁ ଯେପରି ଆପଣା ଛାଏଁ ପାଣି ନପଡ଼ୁଥିବ ସେଥ୍ ପ୍ରତି ଧ୍ୟାନ ଦେବେ । ଯଦି ପାଣିପଡ଼ୁଥାଏ ବିଶ୍ୱାସ କରାଯାଏ ଯେ ଏହି କାରଣରୁ ପରିବାରରେ କଳହ ସୃଷ୍ଟି ହୋଇଥାଏ ।

୩. ଘରେ ଓଁ ର ଚିହ୍ନ କରିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସ୍ନେହଶ୍ରଦ୍ଧା ବୃଦ୍ଧି ପାଇଥାଏ ।
୪. ବାସ୍ତ୍ରୁ ଶାସ୍ତ୍ର ଅନୁଯାୟୀ ଘରେ ନିଶ୍ଚୟ ସ୍ୱସ୍ତିକ ଚିହ୍ନ କରିବା ନିହାତି ଆବଶ୍ୟକ । କାରଣ ଏହି ଚିହ୍ନ ଘରେ ରହିଲେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ । ସୁଖ ସମୃଦ୍ଧି ସର୍ବଦା ବୃଦ୍ଧି ପାଇଥାଏ ।
୫. ଆପଣ ଘରେ କଳସ ନିଶ୍ଚୟ ରଖନ୍ତୁ । ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ । ଘରେ କଳସ ରହିବା ଦ୍ୱାରା ପରିବାରରେ ସର୍ବଦା ହସଖୁସି ଓ ଆର୍ଥିକ ଲାଭ ହୋଇଥାଏ ।
୬. ଘରେ ଭଙ୍ଗା କାଚ ଆଦୌ ରଖନ୍ତୁ ନାହିଁ । ଏହାଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଯାହାଫଳରେ ଅତ୍ୟଧିକ ଟଙ୍କ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ ।












Click it and Unblock the Notifications