ବେଇଆନ ମଦ ବିକ୍ରି ଉପରେ କଠୋର ହେଲେ ରାଜ୍ୟ ସରକାର, ଗିରଫ ହୋଇଥିବା ସଂଖ୍ୟା ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ବେଆଇନ ମଦ ବିକ୍ରି ଉପରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ । ଚଳିତ ବର୍ଷ ୧୨ ହଜାର ୧୧୬ ଟି ସ୍ଥାନରେ ଚଢ଼ାଉ କରି ବେଆଇନ ମଦ କାରବାର ଉପରେ ରୋକ ଲଗାଇଛନ୍ତି ସରକାର । ସେହିଭଳି ବେଆଇନ ମଦ ବିକ୍ରିରେ ସମ୍ପୃକ୍ତ ଥିବା ୧୫ ହଜାର ୬୬୫ ଜଣଙ୍କୁ ଗିରଫ କରିଛନ୍ତି ରାଜ୍ୟ ସରକାର । ବାଲେଶ୍ବରରୁ ସର୍ବାଧିକ ୨ ହଜାର ୧୬୯ ଜଣ ଗିରଫ ହୋଇଛନ୍ତି ।

liquor

ବିଧାନସଭାରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଏବାବଦରେ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହାଛଡା ଗଞ୍ଜାମ ଜିଲ୍ଲାର ଚିକିଟିରେ ୫ ଜଣ ବ୍ୟକ୍ତିଙ୍କର ବିଷାକ୍ତ ମଦ୍ୟପାନ ପାଇଁ ମୃତ ଘଟଣାରେ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ଆଇନମନ୍ତ୍ରୀ । ମଦ ମୃତ୍ୟୁ ମାମଲାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଜଣେ ଅବକାରୀ ନିରୀକ୍ଷକ ଓ ଜଣେ ଅବକାରୀ ଉପ-ନିରୀକ୍ଷକଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି ପୃଥ୍ବୀରାଜ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+