ହାତୀ ଭାଙ୍ଗିଲେ ଏଣିକି ମିଳିବ ନୂଆ ଘର; ମନ୍ତ୍ରୀ ଦେଲେ ସୂଚନା
ଜଙ୍ଗଲ କ୍ଷୟ ହେବାରୁ ହାତୀ ପଲ ଜନବସତି ମୁହାଁ ହେଉଛନ୍ତି। ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳେ।
ଅନ୍ୟପଟେ ବିଭିନ୍ନ ସମୟରେ ମଣିଷଙ୍କ ରୋଷର ଶିକାର ହୋଇ ହାତୀ ମଧ୍ୟ ମରୁଛନ୍ତି। ଏହା ଛଡା ବିଦ୍ୟୁତ୍ ଆଘାତରେ ମଧ୍ୟ ହାତୀଙ୍କ ମୃତ୍ୟୁ ହେଉଛି। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ ଏହାର ଉଚିତ୍ ସମାଧାନ ହୋଇପାରୁନାହିଁ। ତେବେ ଏପରି ସ୍ଥଳେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବରୁ ହାତୀ ଘର ଭାଙ୍ଗିଲେ ୨୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉଥିଲା, କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ହାତୀ ଯୋଗୁଁ ଯଦି ଲୋକଙ୍କ ଘର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୁଏ ତେବେ ସରକାରଙ୍କ ଗୃହ ଯୋଜନାରେ ଯେତିକି ଅର୍ଥ ହିତାଧିକାରୀଙ୍କୁ ମିଳୁଛି ସେତିକି ଅର୍ଥ କ୍ଷତିଗ୍ରସ୍ତଙ୍କୁ ନୂତନ ଘର ନିର୍ମାଣ ପାଇଁ ଦିଆଯିବ।












Click it and Unblock the Notifications