ମହାପ୍ରସାଦ ନାଁରେ ବାହାରେ ବିକ୍ରି କଲେ ହେବ ବଡ କଡା କାର୍ଯ୍ୟନୁଷ୍ଠାନ; ସାବଧାନ କରାଇଲେ ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାମରେ ଖଜା ବିକ୍ରି ହେଉଥିବା ନେଇ ପ୍ରମାଣ ମିଳିଛି। ଫଳରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ପ୍ରକାଶ କରିଛନ୍ତି। ବଡ଼ଦାଣ୍ଡରେ କିଛି ବ୍ୟବସାୟୀ ମହାପ୍ରସାଦ ନାମରେ ଖଜା ବିକ୍ରି କରୁଛନ୍ତି। ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ସମସ୍ତ ଖଜା ବ୍ୟବସାୟୀଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

puri khaja

ଶ୍ରୀମନ୍ଦିର ଭିତରେ ସୂପକାରଙ୍କ ଦ୍ବାରା ଖଜା ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ନିକଟରେ ଭୋଗ କରିବା ପରେ ଆନନ୍ଦ ବଜାରରେ ବିକ୍ରି କରାଯାଇଥାଏ। ଏହାକୁ ଖଜା ଭୋଗ କୁହାଯାଏ ବୋଲି ସେ ସୂଚନା ଦେଇଛନ୍ତି। ପ୍ରକାଶଯୋଗ୍ୟ, ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ସମେତ ବସ୍‌ଷ୍ଟାଣ୍ଡ ଏବଂ ସମୁଦ୍ରକୂଳ ପର୍ଯ୍ୟନ୍ତ ଛତୁ ଫୁଟିଲା ଭଳି ଖଜା ଦୋକାନ ରହିଛି। ଖଜା ଦୋକାନୀମାନେ ପୁରୀ ଆସୁଥିବା ଯାତ୍ରୀଙ୍କୁ ମହାପ୍ରସାଦ ଭୋଗ କହି ଖଜା ବିକ୍ରି କରିଥାନ୍ତି। ଶ୍ରଦ୍ଧାଳୁ ଏହାର ମାନ ନ ଜାଣି ଆଗ୍ରହ ସହକାରେ କିଣି ନିଜ ଅଞ୍ଚଳରେ ମହାପ୍ରସାଦ ଭୋଗ ବୋଲି କହି ପାଖ ପଡ଼ୋଶୀଙ୍କୁ ଦେଇଥାନ୍ତି। ଶ୍ରୀମନ୍ଦିର ଭୋଗ କହି ଶ୍ରଦ୍ଧାଳୁଙ୍କୁ ଏଭଳି ଠକେଇ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଗତ ମାସରେ ଅଭିଯୋଗ ଆସିଥିଲା। କିଛି ସ୍ଥାନରେ ଏହି ଖଜାର ପ୍ରସ୍ତୁତି ସମୟରେ ଆଣ୍ଠୁ ଏବଂ ଖାଲି ପାଦରେ ମଇଦାକୁ ଚକଟି କରାଯାଉଥିବା ବେଳେ ଅପମିଶ୍ରିତ ତେଲ ବ୍ୟବହାର ହେଉଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ଖଜା ଦୋକାନୀ ମହାପ୍ରଭୁଙ୍କ ମହାପ୍ରସାଦ ଭୋଗ କରି ଶ୍ରଦ୍ଧାଳୁଙ୍କୁ ଠକୁଥିବା ଭଳି ସ୍ପର୍ଶକାତର ବିଷୟ ସାମ୍ନାକୁ ଆସିଥିଲା। ଶନିବାର ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଖଜା ବ୍ୟବସାୟୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+