୨୦ରୁ କମ୍ ପିଲା ଥିଲେ ବନ୍ଦ ହେବ ସ୍କୁଲ
୨୦ରୁ କମ୍ ପିଲା ଥିଲେ ବନ୍ଦ ହେବ ସ୍କୁଲ। ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ। ୨୦୧୮ରେ ସରକାର ଗାଇଡଲାଇନ ଆଣିଥିଲେ। ଏନେଇ ୨୦୨୦ରେ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଚାଲେଞ୍ଜ ହୋଇଥିଲା। ରାଜ୍ୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକ ବନ୍ଦ କରିବାକୁ ପୂର୍ବ ସରକାର ନିୟମ କରିଥିଲେ।
ତେବେ ବିରୋଧ ଦେଖାଦେବାରୁ ସବୁ ସ୍କୁଲରେ ପୂର୍ବ ଭଳି ଚଳିତ ବର୍ଷ ମଧ୍ୟ ନାମଲେଖା ହୋଇଥିଲା।

ରାଜ୍ୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକ ବନ୍ଦ ହେବ ନାହିଁ ଓ ଯେଉଁ ସବୁ ସ୍କୁଲରେ ନାମଲେଖା ହୋଇଥିଲା ସେ ସବୁ ସ୍କୁଲରେ ପୂର୍ବ ଭଳି ଚଳିତ ବର୍ଷ ମଧ୍ୟ ନାମଲେଖା ହେବ ବୋଲି ତତ୍କାଳୀନ ବିଭାଗୀୟ ମନ୍ତ୍ରୀ କହିଥିଲେ।












Click it and Unblock the Notifications