ଚିହ୍ନଟ ହୋଇଥିବା 3 UK ଷ୍ଟ୍ରେନ୍ ଡିସେମ୍ବର ମାସର, ସେମାନେ ସୁସ୍ଥ ଅଛନ୍ତି: ILS ନିର୍ଦ୍ଦେଶକ
ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ନେଇ ILS ନିର୍ଦ୍ଦେଶକଙ୍କ ସୂଚନା । ଚିହ୍ନଟ ୩ ୟୁକେ ଷ୍ଟ୍ରେନ୍ ଡିସେମ୍ବର ମାସର । ସେମାନେ ସୁସ୍ଥ ଅଛନ୍ତି, ଆଉ କାହାକୁ ସଂକ୍ରମିତ କରିନାହାଁନ୍ତି ।
ଭୁବେନେଶ୍ବର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ନେଇ ILS ନିର୍ଦ୍ଦେଶକଙ୍କ ସୂଚନା । ଚିହ୍ନଟ ୩ ୟୁକେ ଷ୍ଟ୍ରେନ୍ ଡିସେମ୍ବର ମାସର । ସେମାନେ ସୁସ୍ଥ ଅଛନ୍ତି, ଆଉ କାହାକୁ ସଂକ୍ରମିତ କରିନାହାଁନ୍ତି । 220ଟି ସମ୍ପୁଲ ଆଇଏଲଏସରେ ଟେଷ୍ଟ କରଯାଇଥିଲା ।

ମହାରାଷ୍ଟ୍ର ଓ ପଞ୍ଜାବରେ ଦେଖାଯାଉଥିବା ଷ୍ଟ୍ରେନର ସଂକ୍ରମଣ ହାର ଯଥେଷ୍ଟ ଅଧିକ । ପୁନଃ ସଂକ୍ରମଣ ହାର ବଢ଼ିଛି । କିନ୍ତୁ ଏହା ଏତେଟା ମାରାତ୍ମକ ନୁହେଁ । ପଞ୍ଜାବରେ 80 ପ୍ରତିଶତ ୟୁକେ ଭେରିଏଣ୍ଟ । କିନ୍ତୁ ଓଡିଶାରେ ପରିସ୍ଥିତି ଠିକ୍ ଅଛି । ତଥାପି ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡା ।
ସେ ଆହୁରୀ ମଧ୍ୟ କହିଛନ୍ତି, ଓଡ଼ିଶାକୁ ସେ ସ୍ଥିତି ଆସି ନାହିଁ। ତେବେ ଲୋକ ଅମାନିଆ ଅଛନ୍ତି। ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ନିୟନ୍ତ୍ରଣ କରାଯାଇପାରିବ । କେଉଁ ମ୍ୟୁଟେସନ ଅଧିକ ସଂକ୍ରାମକ ତାହା ଅଧ୍ୟୟନ କଲେ ଜଣାପଡ଼ିବ । ଆଉ ଏକ ସପ୍ତାହ ଭିତରେ ଆଇଏଲଏସରେ ଆଉ 320ଟି ସାମ୍ପୁଲ ଟେଷ୍ଟ କରାଯିବ।
ବର୍ତ୍ତମାନ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହେଉଥିବା ନମୁନାରୁ ସେତେଟା ଭୟାନକ ସ୍ଥିତି ନଥିବା ଜଣା ପଡ଼ିଛି। ଆମେ ନୂଆପଡା, କନ୍ଧମାଳ ଓ କଳାହାଣ୍ଡିର ନମୁନା ପରୀକ୍ଷା କରୁଛୁ। ଦୈନିକ 10,500 RTPCR ହେଉଛି। ଜାନୁଆରୀ ଓ ଫେର୍ବୃଆରୀର genom sequence NIV ଯାଇଛି। ଦୁଇ ଦିନରେ ରିପୋର୍ଟ ଆସିବ ବୋଲି ଶ୍ରୀ ପରିଡା କହିଛନ୍ତି ।












Click it and Unblock the Notifications