ଅଦାଲତ ଅବମାନନା ମାମଲାରୁ ମୁକ୍ତି ପାଇଲେ IAS ଉଷା ପାଢ଼ୀ
ଅଦାଲତ ଅବମାନନା ମାମଲାରୁ ମୁକୁଳିଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ଉଷା ପାଢ଼ୀ । ତାଙ୍କ ସହିତ ନଗର ଉନ୍ନୟନ ବିଭାଗର ନିର୍ଦେଶକ ଏବଂ କଟକ ଜିଲ୍ଲାପାଳ ମଧ୍ୟ ଆଶ୍ୱସ୍ତି ପାଇଛନ୍ତି । ଏହି ୩ ବରିଷ୍ଠ ଅଧିକାରୀ କୋର୍ଟଙ୍କ ଆଦେଶ ପାଳନ କରିଥିବା ନେଇ କମ୍ପଲାଇନ୍ସ ରିପୋର୍ଟ ଦାଖଲ କରିବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପରେ ଅଦାଲତ ଅବମାନନା ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ ।

ଆଠଗଡ଼ ବାସିନ୍ଦା ପିଲୋନା ମହାନ୍ତି ନଗର ଉନ୍ନୟନ ବିଭାଗରେ ୩୩ ବର୍ଷ ଧରି ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଚାକିରି ନିୟମିତ କରାଇବା ଲାଗି ସେ ଦାୟର କରିଥିବା ମାମଲାର ଶୁଣାଣି କରି ୨୦୨୪ ମସିହାରେ ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ । ଯାହାକୁ ଡିଭିଜନ ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ ପ୍ରତିପକ୍ଷ । କିନ୍ତୁ ଗତ ବର୍ଷ ଜୁଲାଇ ୧୦ରେ ଡିଭିଜନ ବେଞ୍ଚ୍ ପିଲୋନାଙ୍କ ସପକ୍ଷରେ ରାୟ ଶୁଣାଇଲେ । କୋର୍ଟଙ୍କ ରାୟ ୮ ସପ୍ତାହ ଭିତରେ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ହୋଇଥିଲା । ହେଲେ ତାହା କାର୍ଯ୍ୟକାରୀ ହେଲାନାହିଁ । ଯାହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ ।
-
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ଅଫିସରଙ୍କ ଆର୍ଥିକ କ୍ଷମତା ବଢାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, କ୍ୟାବିନେଟ୍ ଅନୁମୋଦନକୁ ଆଉ ଅପେକ୍ଷା କରିବାକୁ ହେବ ନାହିଁ -
ଆଜି ପଖାଳ ଦିବସ, ଓଡ଼ିଆଙ୍କ ଜୀବନ ଧନ -
AI ଶିକ୍ଷାକୁ ପ୍ରୋତ୍ସାହନ କରିବାକୁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତୁତି -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଶେଷ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ, ୨୫ରେ ହେବ ଅଳଙ୍କାର ଗଣତିମଣତି -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ବିଧାନସଭାରେ ବିରୋଧୀଙ୍କ ନାଟକବାଜି, ବର୍ଷିଲେ ମୁଖ୍ୟମନ୍ତ୍ରୀ -
ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର ସକରାତ୍ମକ ଅଛନ୍ତି -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ନୂଆ ରୂପ ପାଇବ କଟକ ମହାନଦୀ ରିଭର ଫ୍ରଣ୍ଟ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ










Click it and Unblock the Notifications