IAS ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଅଗ୍ରାହ୍ୟ; ଆଉ ୬ ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କଲେ ସରକାର
IAS ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଅଗ୍ରାହ୍ୟ । ଆଉ ୬ ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କଲେ ସରକାର । କାଲିଠାରୁ ଚାକିରିରେ ଯୋଗ ଦେବାକୁ ସୁଜାତାଙ୍କୁ ପରାମର୍ଶ। ମେ ୩୧ରୁ ୬ ମାସ ଛୁଟିରେ ଯାଇଥିଲେ ସୁଜାତା । ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସ୍ତ୍ରୀ IAS ସୁଜାତା କାର୍ତ୍ତିକେୟନ ।

୨୦୦୦ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ପ୍ରଶାସନିକ ସ୍ତରରେ ଜୋରଦାର ଚର୍ଚ୍ଚା ଚାଲି ଥିବାବେଳେ ତାଙ୍କୁ ବଡ଼ ଝଟ୍କା ଲାଗିଛି। ୨୭ ତାରିଖ ଅର୍ଥାତ ବୁଧବାରଠାରୁ ତାଙ୍କୁ କାର୍ଯ୍ୟରେ ଯୋଗ ଦେବକୁ ଥିବା ବେଳେ ଆଉ ସେ ୬ ମାସ ଛୁଟି ଆବେଦନ କରିଥିଲେ । ତେବେ ତାଙ୍କ ଛୁଟିକୁ ନାଁ କରିଦେଲେ ମୋହନ ସରକାର। ୨୭ ତାରିଖ ଅର୍ଥାତ ବୁଧବାରଠାରୁ ତାଙ୍କୁ କାର୍ଯ୍ୟରେ ଯୋଗ ଦେବକୁ ନିର୍ଦ୍ଦେଶ ଦିଆଯାଇଛି। ଆଇଏଏସ୍ କାର୍ତ୍ତିକେୟନ ମେ ୩୧ରୁ ଛୁଟିରେ ଯାଇଥିବା ବେଳେ ଆଉ ୬ ମାସ ଛୁଟିରେ ରହିବାକୁ ଚାହୁଁଥିଲେ। ତେବେ ତାଙ୍କ ଛୁଟିକୁ ମୋହନ ସରକାର ନାଁ କରିଦେବା ସହ ତାଙ୍କୁ ବୁଧବାର କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି। ତେବେ ଆଇଏଏସ ସୁଜାତା ଯୋଗ ଦେଲେ ଲୋକସେବା ଭବନରେ କେଉଁଠି ବସିବେ ? ଗୁରୁତ୍ୱପୂଣ୍ଣ ନା ଗୌଣ ବିଭାଗ ମିଳବ ? ଏଭଳି କେତେକ ପ୍ରଶ୍ନକୁ ନେଇ ପାଓ୍ୱାର କରିଡରରେ ଆଲୋଚନା ହେଉଛି ।
ନବୀନ ସରକାର ସମୟରେ ସୁଜାତା କାର୍ତ୍ତିକେୟନ ମିଶନ ଶକ୍ତି ବିଭାଗର ମୁଖ୍ୟ ଥିଲେ । ନିର୍ବାଚନ ସମୟରେ ତାଙ୍କୁ ବଦଳି କରିଯାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ପୋଷ୍ଟିଂ କରାଯାଇଥିଲା ।












Click it and Unblock the Notifications