ଆଇଏଏସ ରିସଫଲ୍ : ନୟାଗଡ ଜିଲ୍ଲାପାଳ ହେଲେ ରବୀନ୍ଦ୍ର ସାହୁ
ରାଜ୍ୟ ସରକାର ଆଜି IAS ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଆଜି ଅନେକ ଆଇଏଏସଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି ।
ଭୁବନେଶ୍ବର: ରାଜ୍ୟ ସରକାର ଆଜି IAS ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଆଜି ଅନେକ ଆଇଏଏସଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଦାୟିତ୍ବରେ ଥିବା ରବୀନ୍ଦ୍ରନାଥ ସାହୁଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ବ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

2020 ବ୍ୟାଚର ମଧୁମିତାଙ୍କୁ ବାଲିଗୁଡା ଉପଜିଲ୍ଲାପାଳ ସହିତ ବାଲିଗୁଡା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଧର୍ମଗଡ ଉପଜିଲ୍ଲାପାଳ ସହିତ ଧର୍ମଗଡ଼ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ 2020 ବ୍ୟାଚର ବେଦଭୂଷଣ । 2020 ବ୍ୟାଚର ଚଭନ କୁନାଲ ମୋତିରାମଙ୍କୁ ବାଲେଶ୍ବର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଏହି ଦାୟିତ୍ବ ସମେତ ସେ ବାଲେଶ୍ଵର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିବେ । ସେହିଭଳି କୁଚିଣ୍ଡା ଉପଜିଲ୍ଲାପାଳ ହେଲେ 2020 ବ୍ୟାଚର ବିଭୂତି ଭୂଷଣ ନାୟକ । ଏଥିସହିତ ସେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ ବୋଲି ସୂଚନା ମିଳିଛି ।












Click it and Unblock the Notifications