ଆଇଏଏସ ସ୍ତରରେ ଅଦଳବଦଳ, ଯାମିନୀ ଷଡ଼ଙ୍ଗୀ ହେଲେ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶିକା
ଭୁବନେଶ୍ବର: ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି । ସେହିପରି ବରିଷ୍ଠ ଓଏଏସ୍ ନୃସିଂହ ଚରଣ ସ୍ୱାଇଁଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ସଂଗ୍ରାମ ମହାପାତ୍ର ନିଯୁକ୍ତି ଦିଆଯାଇଛି। ଶ୍ରୀବେଦଭୂଷଣଙ୍କୁ ସମ୍ବଲପୁର ପୌର ନିଗମରେ କମିସନର ଭାବେ ନିଯୁକ୍ତି ଦିଆଯାଇଛି ।
ସେପଟେ ଯାମିନୀ ଷଡ଼ଙ୍ଗୀ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ଶ୍ରୀମତୀ ଷଡ଼ଙ୍ଗୀଙ୍କ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ପଦବୀକୁ ଆଇଏଏସ୍ କ୍ୟାଡରରେ ଅତିରିକ୍ତ ସଚିବ ପାହ୍ୟାକୁ ଉନ୍ନୀତ କରାଯାଇଛି ।












Click it and Unblock the Notifications