ଆଇଏଏସ୍ ସ୍ତରର ଛୋଟ ଧରଣର ଅଦଳବଦଳ, କେନ୍ଦ୍ରୀୟ ଡେପୁଟେସନରେ ଗଲେ ପ୍ରମୋଦ ମେହେର୍ଦ୍ଦା
ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ୍ କରାଯାଇଛି।
ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ୍ କରାଯାଇଛି। ଡ.ମେହେର୍ଦ୍ଦା କେନ୍ଦ୍ରରେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ (ଏନ୍ଏଫ୍ଏସ୍ଏମ୍)ର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଭାବେ ଦାୟିତ୍ୱ ନେବେ।

ଖବର ଅନୁଯାୟୀ, ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପ୍ରଶାସନିକ ଅଧିକାରୀ ଶାଶ୍ୱତ ମିଶ୍ରଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଗଲେ IAS ପ୍ରମୋଦ କୁମାର ମେହେର୍ଦ୍ଦା । NFSM ଏମ୍ଡି ଭାବେ ଦାୟିତ୍ବ ତୁଲାଇବେ ପ୍ରମୋଦ ମେହେର୍ଦ୍ଦା












Click it and Unblock the Notifications