କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ନିକୁଞ୍ଜ ଧଳ, ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ
IAS ନିକୁଞ୍ଜ ବିହାରୀ ଧଳ ଯିବେ ଦିଲ୍ଲୀ। କେନ୍ଦ୍ରକୁ ଯିବେ ନିକୁଞ୍ଜ ଧଳ। କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ନିକୁଞ୍ଜ ଧଳ। କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ମିଳିଲା ନିଯୁକ୍ତି। ଜୁଲାଇ ୧ରୁ ଦାୟିତ୍ୱ ଗ୍ରହଣ।

IAS ନିକୁଞ୍ଜ ଧଳ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ। ଯାହାଙ୍କୁ ଏବେ କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି ମିଳିଛି। ତେଣୁ ଏବେ କେନ୍ଦ୍ରକୁ ଯିବେ IAS ନିକୁଞ୍ଜ ଧଳ।
କେବଳ ନିକୁଞ୍ଜ ଧଳଙ୍କୁ ନୂଆ ଦାୟିତ୍ୱ ମିଳିଛି ତାହା ନୁହେଁ। ଏହାସହ ୧୯୯୪ ବ୍ୟାଚର IAS ସନ୍ତୋଷ ଷଡ଼ଙ୍ଗୀଙ୍କୁ ମଧ୍ୟ ନୂଆ ଦାୟିତ୍ୱ ମିଳିଛି। ସନ୍ତୋଷ ଷଡ଼ଙ୍ଗୀଙ୍କୁ ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜୀ ସଚିବ ଭାବେ ନିଯୁକ୍ତି ମିଳିଛି। ଏହାସହିତ ରଞ୍ଜନା ଚୋପ୍ରାଙ୍କୁ ସଂସ୍କୃତି ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତି ମିଳିଛି।
ହେଲେ ଏବେ ପ୍ରଶ୍ନ ଉଠୁଛି ନିକୁଞ୍ଜଙ୍କ ସ୍ଥାନ ନେବ କିଏ? କାରଣ ନିକୁଞ୍ଜ ବିହାରୀ ଧଳ ଥିଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ। ଆଉ ଏବେ ତାଙ୍କୁ ନୂଆ ଦାୟିତ୍ୱ ମିଳିଛି। ତେଣୁ ସେ ଏବେ ଦିଲ୍ଲୀରେ ରହିବେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ କିଏ ହେବେ ତା ଉପରେ ସମସ୍ତଙ୍କ ନଜର।












Click it and Unblock the Notifications