IAS ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର
IAS ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର। ଓଡ଼ିଶା ସରକାର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମନୋଜ କୁମାର ପରିଡ଼ାଙ୍କୁ ଓଡ଼ିଶା ସୂଚନା ଅଧିକାର (ଆରଟିଆଇ) ଆୟୋଗର ନୂତନ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ନିଯୁକ୍ତ କରିଛନ୍ତି।

IAS ମନୋଜ କୁମାର , ଯିଏକି ଏଜିଏମୟୁଟି କ୍ୟାଡରର ପୂର୍ବତନ ବ୍ୟୁରୋକ୍ରାଟ୍ ଅଟନ୍ତି। ପରିଡ଼ାଙ୍କ ସହିତ ଅନ୍ୟ ତିନିଜଣଙ୍କୁ ସୂଚନା ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ସେମାନେ ହେଲେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ପ୍ରଣବିନ୍ଦୁ ଆଚାର୍ଯ୍ୟ, ଉଚ୍ଚ ନ୍ୟାୟାଳୟର ଓକିଲ କଳ୍ପନା ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପବିତ୍ର ମଣ୍ଡଳ।












Click it and Unblock the Notifications